Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧ୍ୟସ୍ତି ସାଜି ୨ ଯୁବକ ଖାଇଲେ ଗୁଳି

by ସଞ୍ଜୟ ସ୍ୱାଇଁ
October 24, 2022
in Crime, State
ମଧ୍ୟସ୍ତି ସାଜି ୨ ଯୁବକ ଖାଇଲେ ଗୁଳି
114
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): ଉଭୟ ପକ୍ଷଙ୍କ ମଧ୍ୟରେ ବଟି ଆଦାୟକୁ ନେଇ ଲାଗିଥିବା ବିବାଦର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ୨ ଯୁବକ । ଏହି ବିବାଦ ମେଣ୍ଟାଇବାକୁ ସେମାନେ ମଧ୍ୟସ୍ତି ସାଜିଥିଲେ। ହେଲେ କଥା ଛିଣ୍ଡିବା ବଦଳରେ ସେମାନଙ୍କୁ ଖାଇବାକୁ ପଡ଼ିଲା ଗୁଳି ମାଡ଼ । ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଗତ ରାତିରେ ଘଟିଛି। ଗୁଳିମାଡ଼ ଯୋଗୁ ଆହତ ହୋଇଥିବା ୨ ଜଣ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ବାଁରା ଗାଁର ଗଣେଶ ରାଉତ, ମଣ୍ଟୁ । ସେମାନଙ୍କୁ ଗୁଳି ମାଡ଼ କରିଥିବା ଯୁବକଜଣକ ଉକ୍ତ ଗାଁର ଵଣ୍ଟି ପାତ୍ର ବୋଲି ଜଣାଯାଇଛି। ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟସ୍ଥ ମହାନଦୀ କୂଳରେ ଏକ ବାଣ ଗୋଦାମ ଖୋଲିଛଇ। ଵଣ୍ଟି ପାତ୍ର ଉକ୍ତ ଗୋଦାମ ମାଲିକଙ୍କୁ ଧମକାଇ ୨ ଲକ୍ଷ ବଟି ଦେବାକୁ ଚେତାଇ ଦେଇଥିଲେ। ଏନେଇ ଗୋଦାମ ମାଲିକ ଉକ୍ତ ଗାଁର ଗଣେଶ ଓ ମଣ୍ଟୁଙ୍କୁ ଜଣାଇ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଗଣେଶ ଓ ମଣ୍ଟୁ ଉଭୟ ବଣ୍ଟି ଘରକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ ବାପା ଓ ଭାଇଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ନିଜ ପୁଅକୁ ସମର୍ଥନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହାଦେଖି ଘରେ ଥିବା ବଣ୍ଟି ଏକ ବନ୍ଧୁକ ଆଣି ଉଭୟ ଗଣେଶ ଓ ମଣ୍ଟୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ଖବର ପାଇ ବାଙ୍କୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବଣ୍ଟିଙ୍କ ଭାଇ ଓ ତାଙ୍କ ବାପାଙ୍କୁ ଆଣି ଅଟକ ରଖିଛି। ଘଟଣାସ୍ଥଳରୁ ବଣ୍ଟି ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!