ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନିଶା ଖାଇବା ପାଇଁ ଲୁଟ୍ କରି ଯୁବତୀ ଗିରଫ । ଏଭଳି ଘଟଣା ଘଟିଛି ଇମ୍ଫାସିଟି ଥାନା ଅଞ୍ଚଳରେ । ଭଡାରେ ରହୁଥିବା ଜଣେ ଯୁବତୀ ଧଳା ଜହର ଖାଇବାକୁ ନିଜ ରୁମମେଟ୍ ମାନଙ୍କର ଲାପଟପ, ମୋବାଇଲ ଓ ଅନ୍ୟାନ୍ୟ ଦାମୀ ସମାଗ୍ରୀ ଲୁଟ କରୁଥିଲା । ଏହି ଲୁଟ ସାମଗ୍ରୀକୁ ଜଣେ ଯୁବକଙ୍କ ସାହାଯ୍ୟରେ ବିକ୍ରି କରି ଦେଉଥିଲା ଯୁବତୀ । ଘଟଣା ସମ୍ପର୍କରେ ଅଭିଯୋଗ ପରେ ଲେଡି ଲୁଟେରା ଓ ତା ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।





