ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଆଦର୍ଶ ଥାନା ଅନ୍ତର୍ଗତ ଠେଙ୍ଗାହାଟର କୁନି ବେହେରାଙ୍କ ସମେତ ଅନ୍ୟ ୬ଜଣଙ୍କ ଘରେ ପୁଲିସ ଚଢାଉ କରିଛି । ସେମାନଙ୍କ ନିକଟରୁ ୫୦ଗ୍ରାମ ବ୍ରାଉନସୁଗର ଓ ୫୧୧ଗ୍ରାମ ସୁନା ଅଳଙ୍କାର, ୮୩୦ଗ୍ରାମ ରୂପା ସାମଗୀ ଓ ନଗଦ ୧୩ ଲକ୍ଷ ୬୮ ହଜାରେ ଟଙ୍କା ଜବତ କରାଯାଇଛି । ଏସିପ୍ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇ କହିଛନ୍ତି, ଏ ଘଟଣାରେ କୁନି ସହ ଠେଙ୍ଗାହଟର ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତୀ ନାୟକ ସଦର ଥାନା ଅନ୍ତର୍ଗତ ଗୁଡୁମ୍ ଗାଁର କୁଳମଣି ବେହେରା, ନୀଳମଣି ବେହେରା ଓ ଭାଲିଆବାଡି ଗ୍ରାମର ବେରେନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି । ଖୋର୍ଦ୍ଧାକୁ ଡ୍ରଗ୍ସମୁକ୍ତ କରିବାକୁ ଏମିତି ଚଢ଼ାଉ ଜାରି ରହିବ ଏବଂ ସେମାନଙ୍କର କଳା ସମ୍ପତ୍ତି ଖୋଳତାଲ୍ ହେବା ସହ ଆବଶ୍ୟକ ସ୍ଥଳେ ସମ୍ପତ୍ତି ବ୍ୟାଜାପ୍ତି ହେବ । ଏ ଘଟଣାରେ ଉପରୋକ୍ତ ଅଭିଯୁକ୍ତମାନଙ୍କ ନାମରେ ୫୨୧/୨୨ରେ ଏକ ମାମଲା ରୁଜୁ କରାଯିବା ସହ ନିଶା ବେପାର ଅଭିଯୋଗରେ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।





