Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୀତାପୁର ଗ୍ରାମରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
ସୀତାପୁର ଗ୍ରାମରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ
29
VIEWS
Share on FacebookShare on Twitter

କାଶୀନଗର, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା କାଶୀନଗର ପୋଲିସକୁ ମିଳିଛି ବଡ ସଫଳତା। କାଶୀନଗର ଥାନା ଅଧିନସ୍ଥ ସୀତାପୁର ଗ୍ରାମରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅମିନ ଦେବ ମଣ୍ଡଳ ଓ ଅନ୍ୟଜଣେ ହେଲେ କେ ସୀତାପୁର ଗ୍ରାମର ସିମେଣ୍ଟ ଗୋଦାମ ମାଲିକ ଜନାର୍ଦ୍ଦନ ଚରତି । ଗୁରୁବାର ବିଳମ୍ବିତ ରାତ୍ରିରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହାଡୁଭାଙ୍ଗି ନିକଟସ୍ଥ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ଏକ ବାଇକକୁ ଯାଞ୍ଚ କରାଯାଇଥିଲା, ଉକ୍ତ ଗାଡିରୁ କିଛି ପରିମାଣର ବାସ ଚନ୍ଦନ କାଠ ପାଈବା ପରେ ଅଧିକ ଖୋଳତାଡ କରି ସୀତାପୂର ଗ୍ରାମର ଏକ ସିମେଣ୍ଟ ଗୋଦାମରୁ ଚାରୋଟି ବସ୍ତାରେ ଗଛିତ ଥିବା ଚନ୍ଦନ କାଠକୁ ଜବତ କରିଛି । ଗୋଦାମ ମାଲିକ ଓ ଅନ୍ୟ ଜଣେ ଚାଲାଣ କାରିକୁ ଧରିବାରେ ସଫଳ ହୋଇଛି କାଶୀନଗର ପୋଲିସ। ଜବତ କାଠର ଆନୁମାନିକ ମୁଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଅଞ୍ଚଳରୁ ଚୋରି ହୋଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ତାହା ନେଇ ତଦନ୍ତ ଜାରି ରଖିଛି ପୋଲିସ୍ । ଗୁମ୍ମା ଜଙ୍ଗଲରୁ ଚୋରିକରି ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜବତ ପରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛି ପୋଲିସ । ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହା ବାସ ଚନ୍ଦନ କାଠ ବୋଲି ସ୍ବଷ୍ଟ ହୋଇଥିବା ବେଳେ ମୋଟ ୭୭କି.ଗ୍ରା ର କାଠ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ଜାରି ରଖିଛି ପୋଲିସ୍। ଉକ୍ତ ଘଟଣାକୁ କେନ୍ଦ୍ର କରି ଥାନା କେସ ନଂ ୧୩୦/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସାହୁ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!