କଟକ, (ବାଘୁଆବାର୍ତ୍ତା): ସଦର ଥାନା ଅନ୍ତର୍ଗତ ଦାସ ସାହିରୁ ପୁଲିସ ଶୁକ୍ରବାର ବିପୁଳ ପରିମାଣର ବାଣ ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଦାସ ସାହିର ସୁବାସ ଚନ୍ଦ୍ର ସାହୁ (୫୦)। ଘଟଣା ଅନୁଯାୟୀ ଦୀପାବଳି ପାଇଁ ଅଭିଯୁକ୍ତ ସୁବାସ ଲକ୍ଷାଧିକ ଟଙ୍କାର ବାଣ ବିକ୍ରି କରିବାକୁ ରଖିଥିଲେ । ଏଥିରେ ମାତ୍ରାଧିକ ବମ୍ ଥିଲା। ଏହାସହିତ ୧ କେଜି ଓଜନର ବାଣ ପ୍ରସ୍ତୁତକାରୀ ରଂଜୁକ ମଧ୍ୟ ରଖିଥିଲା। ଏ ସମ୍ପର୍କରେ ସୂଚନାପାଇ ସଦର ଥାନା ପୁଲିସର ଏକ ଟିମ୍ ଏଏସଆଇ ବିଜୟ କୁମାର ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ବାଣ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସଦର ଥାନା ତରଫରୁ ସୂଚନା ମିଳିଛି ।





