Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡକାୟତି ଘଟଣାରେ ୩ ଗିରଫ

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
ଡକାୟତି ଘଟଣାରେ ୩ ଗିରଫ
75
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଡ଼କାୟତି ଘଟଣାରେ ପୋଲିସ୍‌କୁ ସଫଳତା । ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ । ସେମାନଙ୍କ ନିକଟରୁ ଅନେକ ଅଳଙ୍କାର ମିଳିବା ସହ ଟଙ୍କା ଜବତ କରିଛି ପୋଲିସ । ଗତ ୧୮ ତାରିଖରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ଵର ସାହୁଙ୍କ ଘରୁ ଡକାୟତମାନେ ପଶି ଲୁଟିନେଇଥିଲେ ସୁନା ଅଳଙ୍କାର । ୫ଭରି ଓଜନର ସୁନା ଓ କିଛି ରୁପା ଅଳଙ୍କାର ସମେତ ୧୨ ହଜାର ଟଙ୍କା ଲୁଟ କରିଥିଲେ ଡକାୟତ । ଗଣେଶ୍ୱର ଚୋରି ସମ୍ପର୍କରେ ସାଇଁକୁଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଗଣେଶ୍ଵରଙ୍କ ଏତଲାକୁ ଆଧାର କରି ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତ୍ୱରିତ ପଦକ୍ଷେପ ନେବା ସହିତ ପୋଲିସ୍ ସେହି ଗାଁର ୩ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ କେତେକ ଫେରାର ହୋଇଯାଇଛି । ଡକାୟତମାନେ କିଛି ସୁନା ଯାଜପୁର ରୋଡ ସ୍ଥିତ ଏକ ସୁନା ଦୋକାନରେ ବିକ୍ରି କରିଦେଇଥିବାବେଳେ ସେସବୁକୁ ତଦନ୍ତ କରି ଜବତ କରିଛି ପୋଲିସ୍ । ଏଥିସହିତ ଅନ୍ୟ ସ୍ଥାନରେ ଲୁଚାଇଥିବା ହାର, ଚେନ, ମୁଦି, କାନଫୁଲ, ତିନିହଳ ରୁପା ପାଉଁଜି ଏବଂ ରୁପାର ଏକ ସିନ୍ଦୂର ଫରୁଆ ଏବଂ ୪ହଜାର ଟଙ୍କା ଜବତ କରାଯାଇଛି । ତେବେ ଫେରାର ଥିବା ଅନ୍ୟମାନଙ୍କୁ ଧରିବାକୁ ପୋଲିସ୍ ପ୍ରୟାସ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!