ପୁରୀ, (ବାଘୁଆବାର୍ତ୍ତା): ବାସେଳୀସାହି ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହିର ସଞ୍ଜୟ ସୁଆର ନାମକ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗଡନ୍ତି ଛକରେ ସଞ୍ଜୟଙ୍କ ମୋବାଇଲ୍ ହଜି ଯାଇଥିଲା । କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ ପାଇବା ପରେ ସେଥିରେ ଥିବା ଅନ୍ଲାଇନ ଟ୍ରାନ୍ଜାକ୍ସନ ଆପ୍ ମାଧ୍ୟମରେ ଏହି ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି । ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି





