ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଘର ଭିତରେ ଗଞ୍ଜେଇ ପ୍ୟାକିଙ୍ଗ ଚାଲିଥିବା ବେଳେ ଅତର୍କିତ ଚଢ଼ାଉ କରିଛି ପାଟପୁର ପୋଲିସ । ପାଟପୁର ଥାନା ଧର୍ମପୁର ଏମ ସନ୍ତୋଷ ଦୋରା ଙ୍କ ଘରେ ଗଞ୍ଜେଇ ଚାଲାଣ ପ୍ୟାକିଙ୍ଗ ବେଳେ ଚଢ଼ାଉ କରିଛି ପାଟପୁର ପୋଲିସ । ପୋଲିସ ୧୫୩ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ଧର୍ମପୁର ଏମ ସନ୍ତୋଷ ଦୋରା, ସନ୍ତୋଷ ସାହୁ, ନୀଳ ବାଡ଼ତ୍ୟ, ଜେ ଶଙ୍କର ଦୋରା । ଏନେଇ ପାଟପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ସମ୍ବାଦିକ ସମ୍ମୀଳନୀ ରେ ସୂଚନା ଦେଇଛନ୍ତି ।





