ବନ୍ଦ ରହିଲା ମୋବାଇଲ ନେଟୱାର୍କ
ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ ଆଜି ରାତି ୯ଟାରୁ ୯ ମିନଟ ପର୍ଯ୍ୟନ୍ତ ଦୀପ ଜଳା ଯାଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାବାସୀ ମଧ୍ୟ ସାମିଲ ହୋଇଛି । ଅନେକ ଲୋକ ଘର ସାମନାରେ ଦୀପ ଜାଳିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଭାଲକୋନୀରେ ଦୀପ, ମହମବତୀ ଏବଂ ଟର୍ଚ୍ଚ ଲାଇଟ ଜଳାଯାଇଛି । ଘରର ସମସ୍ତ ଲାଟକୁ ବନ୍ଦ କରି ଲୋକାମାନେ ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ସମର୍ଥନ ଦେବା ସହ କରୋନା ହାରିବ ଭାରତ ଜିତିବ ବୋଲି କହିଛନ୍ତି । ସେହିଭଳି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ ଡାଉନ୍ କଟକଣା ଏବଂ ଏହି ଦୀପ ଜାଳିବାକୁ ନେଇ ଆଜି ସହର ମଧ୍ୟରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଏସବୁର ରେକର୍ଡ଼ିଂ କରାଯାଇଛି । ଅନ୍ୟପକ୍ଷେ, ଏହି ୯ ମିନିଟ୍ ସମୟରେ ଅନେକ ମୋବାଇଲ ନେଟୱାର୍କ ବନ୍ଦ ରହିଥିବା ଜଣାଯାଇଛି ।







