Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ନକଲି ଦସ୍ତାବିଜର ପସରା ମେଲାଇଥିବା ୨ ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
October 20, 2022
in Crime, State
ବନ୍ଧା ହେଲେ ନକଲି ଦସ୍ତାବିଜର ପସରା ମେଲାଇଥିବା ୨ ଅଭିଯୁକ୍ତ
57
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ନକଲି ନମ୍ବର ପ୍ଲେଟକୁ ନକଲି ପ୍ରମାଣ ପତ୍ର । ଜମି ପଟ୍ଟା, ଇଲେକ୍ଟ୍ରିବିଲ, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, ଉତ୍ତଧିକାରୀ ପ୍ରମାଣପତ୍ର ବି ନକଲି। କେବଳ ସେତିକି ନୁହେଁ ନକଲି ପାନକାର୍ଡ, ଭୋଟର କାର୍ଡ, ଆଧାରକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ବି ଅନାୟସରେ ମିଳିଯିବ । କମ୍ପୁଟର ତଥା ଲାପ୍‌ଟପ୍‌ ତଥା ପ୍ରିଣ୍ଟର ଧରି ଏପରି ନକଲି ଦସ୍ତାବିଜର ପସରା ମେଲାଇଥିବା ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ବରଗଡ଼ ଜିଲ୍ଲା ଅତାବିରା ପୁଲିସ୍‌। ଗିରଫ ୨ ଅଭିଯୁକ୍ତ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟିର ସୁକାନ୍ତ ଆଚାର୍ୟ୍ୟ ଓ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କେଦାରଗଡ଼ର ସୁଶାନ୍ତ କୁମାର ପ୍ରଧାନ । ସେମାନଙ୍କଠାରୁ କମ୍ପ୍ୟୁଟର,ପ୍ରିଣ୍ଟର, ନକଲି ନମ୍ବର ପ୍ଲେଟ ଲାଗିଥିବା ଏକ ସିଡ଼ି ଡିଲକ୍ସ ବାଇକ୍‌ ସମେତ ନଗଦ ୮୪ ହଜାର ୪ଶହ ଟଙ୍କା ଜବତ କରିଛି ପୁଲିସ । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁଶାନ୍ତ କୁମାର ପ୍ରଧାନଙ୍କର ସମ୍ବଲପୁର ଧନୁପାଲିଠାରେ ଥିବା କ୍ରିଷ୍ଣା ସୁଇଟ୍ସ ନିକଟରେ ଏକ ରବରଷ୍ଟାମ୍ପ ଦୋକାନ କରିଛି । ସେଠାରେ ସେ ଲୋକଙ୍କ ପାଇଁ ନକଲି ଦସ୍ତାବିଜ ପ୍ରସ୍ତୁତ କରୁଥିଲା ଏବଂ ଏହି କାମରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ସୁକାନ୍ତ ଆଚାର୍ୟ୍ୟ ସହଯୋଗ କରୁଥିଲେ । ଅତାବିରା ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!