ଆନନ୍ଦପୁର, (ବାଘୁଆବାର୍ତ୍ତା): ଫେସବୁକ୍ ଆପ୍ ଅପଡେଟ୍ କରିବାକୁ ମୋବାଇଲରେ ରହିଥିବା ଖୁଡୀଙ୍କର ନଗ୍ନ ଫଟୋକୁ ଭାଇରାଲ କରି ଏବେ ଗିରଫ ହୋଇଛି ପୁତୁରା । ଆପ୍ ଅପଡେଟ୍ କରିବାକୁ ଖୁଡ଼ୀ ପୁତରାକୁ ନିଜ ମୋବାଇଲ ଦେଇଥିବା ବେଳେ ସେ ଏପରି କାଣ୍ଡ ଘଟାଇଥିଲା । ଆନନ୍ଦପୁର ଥାନା ଭାଲୁଘେରା ଗାଁରେ ଏଭଳି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ପୁତୁରାକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବିଜୟ ଖୁଡୀର ମୋବାଇଲ ପାଇବାପରେ ଫେସବୁକ ଆପକୁ ଠିକ୍ କରିବା ସହିତ ବିଭିନ୍ନ ଆପ୍ ଖୋଲିଥିଲା । ପରେ ଡିଲିଟ୍ ହୋଇ ରିସାଇକେଲବିନରେ ଥିବା ଖୁଡୀଙ୍କର ଏକ ନଗ୍ନ ଫଟୋକୁ ରିଷ୍ଟୋର କରିଥିଲା । ପରେ ଏହି ଫଟୋକୁ ନେଇ ଖୁଡୀଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ସେ ଫଟୋକୁ ଭାଇରାଲ୍ କରିଥିବା ଜଣାପଡ଼ିଛି । ଗତ ୧୭ ତାରିଖରେ ଖୁଡୀଙ୍କ ମୋବାଇଲ୍ ଫୋନରେ ମିଶନ ଶକ୍ତି ନାମକ ହ୍ୱାଟ୍ସଆପ ଗୃପରେ ତାଙ୍କର ନଗ୍ନ ଫଟୋକୁ ପୋଷ୍ଟ କରିଦେଇଥିଲା ଅଭିଯୁକ୍ତ ପୁତୁରା । ଉକ୍ତ ଗୃପରେ ୨୦୦ ସଦସ୍ୟ ରହିଥିବାବେଳେ ସେମାନଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣି ଏଫଆଇଆର ରୁଜୁ କରିଥିଲେ ପୀଡ଼ିତା ।





