ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭିକାପଡା ଗ୍ରାମ ଅଘରି ନାହାକ ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁ ଦଳେଇକୁ ପୁଲିସ ମୁମ୍ବାଇରୁ କାବୁ କରିଥିବା ସୂଚନା। ସେପଟେ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁରଲୀ ସାହୁକୁ ମଧ୍ୟ ପୁଲିସ ଭୋପାଳରୁ କାବୁ କରିଥିବା ବେଳେ ତାଙ୍କୁ ଥାନାକୁ ଅଣାଯାଉଥିବା ଜଣାପଡ଼ିଛି। ଏହି ଦୁଇଜଣଙ୍କୁ ପୁଲିସ ଗିରଫ କରିବା ପରେ କିଛି ରାଜନେତା ପଡିବା ନିଶ୍ଚିତ ହୋଇଛି । ଜଣେ ସରପଞ୍ଚଙ୍କ ବ୍ୟାଙ୍କ ଖାତାରୁ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଇଛି । ଖୁବଶୀଘ୍ର ହତ୍ୟା ଘଟଣାର ଖୁଲାସା ହେବ। ୨୦୨୧ ଡିସେମ୍ବର ୬ ତାରିଖରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୁଲିସ।





