କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଏସ୍ପି ଅଫିସ ସାମ୍ନାରେ ଥିବା ସାଇରାମ ଅଳଙ୍କାର ଦୋକାନରୁ ବଡ଼ ଧରଣର ଡକାୟତି। ମଙ୍ଗଳବାର ବିଳମ୍ଵିତ ରାତିରେ କାନ୍ଥ କଣା କରି ସମସ୍ତ ସୁନା ଓ ରୂପା ଲୁଟିନେଲେ ଦୁର୍ବୃତ୍ତ। ଯିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଲୁଟିନେଇଛନ୍ତି। ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଦୋକାନ ପଛ ପଟୁ ଚୋରମାନେ ବନ ବିଭାଗ ଓ ସମବାୟ ବ୍ୟାଙ୍କ ଦେଇ ପଶିଥିବା ସନ୍ଦେହ କରାଯାଉଛି। ଧନତେରସ ପାଇଁ ଥିବା ସୁନା ଅଳଙ୍କାର ଲୁଟ୍ ହୋଇଯିବାରୁ ଦୋକାନ ମାଲିକ ସର୍ବଶ୍ଵାନ୍ତ ହୋଇପଡ଼ିଛନ୍ତି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ମୁଖ୍ୟାଳୟ ସାମ୍ନାରୁ ଏଭଳି ଚୋରି ଘଟଣା ଏବେ ପୋଲିସର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।





