ଜଗତପୁର, (ବାଘୁଆବାର୍ତ୍ତା): ବେଆଇନ ବାଣ କାରବାର ବେଳେ ପଦ୍ମପୁର ଠାରେ ଚଢାଉ କଲା ଜଗତପୁର ଥାନା ପୋଲିସ। ଏହି ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୫ ଜଣ ଅଟକ ଅଛନ୍ତି। ବାଣ ଗୁଡିକ ନଷ୍ଟ କରାଯିବ ବୋଲି ଜଣାପଡିଛି। ପଦ୍ମପୁର ଠାରେ ଦୀର୍ଘ ବର୍ଷ ଧରି ବାଣ ତିଆରି ଓ କାରବାର ହୋଇଆସୁଛି। ଚଳିତବର୍ଷ ପୁଲିସ କଟକଣା ଲଗାଇବା ସହ ବାଣ ବିକ୍ରି ପାଇଁ ମଧ୍ୟ କୈାଣସି ଲାଇସେନ୍ସ ଦେଇନାହିଁ। ତଥାପି ବ୍ୟବସାୟୀମାନେ ଚୋରାରେ ବାଣ ରଖି ବିକ୍ରି କରୁଥିବା ଖବର ପାଇଥିଲା ପୁଲିସ। ଆଜି ଭୋରରୁ ଜଗତପୁର ଥାନା ପୋଲିସ ଚଢ଼ାଉ କରି ବାଣ ଗୁଡିକ ଜବତ କରିବା ସହ ୫ଜଣଙ୍କୁ ଅଟକ ରଖିଛି। ବାଣ ଗୁଡିକ ନଷ୍ଟ କରାଯିବ ବୋଲି ଜଣାପଡିଛି।





