Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛଦ୍ମ ବେଶରେ ୭ ଦଲାଲଙ୍କୁ ଏମକେସିଜି ଡାକ୍ତରଖାନାରୁ ଧରିଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 18, 2022
in Crime, State
ଛଦ୍ମ ବେଶରେ ୭ ଦଲାଲଙ୍କୁ ଏମକେସିଜି ଡାକ୍ତରଖାନାରୁ ଧରିଲା ପୋଲିସ
173
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ବଡ ମେଡିକାଲର ବଡ଼ ଗୁମର କଥା। ଭଲ ଚିକିତ୍ସା ଏବଂ ବିନା ଟଙ୍କାରେ ଚିକିତ୍ସିତ ହେବାକୁ ରୋଗୀ ବ୍ରହ୍ମପୁର ବଡ ମେଡିକାଲକୁ ଆସନ୍ତି। ହେଲେ ସେଠାରେ ଦଲାଲ୍ କବଜାରେ ପଡ଼ି ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଥିଲା। ପରେ ଏନେଇ ବ୍ରହ୍ମପୁର ପୋଲିସ ଦଲାଲ୍ ପକଡୋ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏବେ ପୋଲିସ କବଜାରେ ଦଲାଲ୍। କାର୍ୟ୍ୟାନୁଷ୍ଠାନ ପରେ ପୋଲିସ ୭ ଦଲାଲଙ୍କୁ ଧରି ଫାଣ୍ଡିରେ ଅଟକ ରଖିଛି। ଖବର ଅନୁସାରେ, ୧୫ ଜଣିଆ ପୋଲିସ ଟିମ ଭୋର ସକାଳୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡାକ୍ତରଖାନାରେ ପହଞ୍ଚିଥିଲେ। ଚିକିତ୍ସାଳୟର ବିଭିନ୍ନ ବିଭାଗରେ ପୋଲିସ କର୍ମଚାରୀମାନେ ରୋଗୀ ଭାବେ ଯାଇଥିଲେ। ଶଲ୍ୟ ଚିକିତ୍ସା ବିଭାଗରେ ଅଲଟ୍ରାସାଉଣ୍ଡ୍ କରିବାକୁ ରୋଗୀ ବେଶରେ ଜଣେ ପୋଲିସ କର୍ମଚାରୀ ଯାଉଥିଲେ। ଏତିକିବେଳେ ଜଣେ ଦଲାଲ୍ ଘରୋଇ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରାଇଦେବ କହି ତାଙ୍କୁ ପ୍ରଭାବିତ କରିଥିଲା। ଏହି ସମୟରେ ପୋଲିସ ସମ୍ପୃକ୍ତ ଦଲାଲଙ୍କୁ କାବୁ କରିଥିଲା ବୋଲି ଜଣେ କାର୍ୟ୍ୟରତ କନେଷ୍ଟବଳ କହିଛନ୍ତି। ଏଭଳି ସେଠାର ବିଭିନ୍ନ ବିଭାଗରେ ସକାଳରୁ ଦ୍ୱିପ୍ରହର ପର୍ୟ୍ୟନ୍ତ ଚଢ଼ଉ କରି ୭ ଦଲାଲଙ୍କୁ ଧରାହୋଇଛି ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି। ଅନ୍ୟପଟେ ଏନେଇ ବୈଦନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଆରକ୍ଷ ଅଧିକ୍ଷକ ଜଣାଇଛନ୍ତି। ପୋଲିସର ଏଭଳି ପଦକ୍ଷେପ ପାଇଁ ଏବେ ସହରବାସୀ ବେଶ ଖୁସି ଅଛନ୍ତି। ଏଭଳି ଚଢ଼ଉ ଜାରି ରଖି ଡାକ୍ତରଖାନାକୁ ସଂପୂର୍ଣ୍ଣ ଦଲାଲ୍ ମୁକ୍ତ କରିବାକୁ ବ୍ରହ୍ମପୁର ସହରବାସୀ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!