ଭୁବନ, (ବାଘୁଆବାର୍ତ୍ତା): ସୋମବାର ଅପରାହ୍ନ ଚାରିଟା ସମୟରେ ବଡ ଭାଇ ସହ ଖେଳିବାକୁ ଯାଇ ଘରକୁ ଫେରି ନଥିଲା ଛଅ ବର୍ଷର ଶିଶୁ ପୁତ୍ର । ବହୁ ଖୋଜାଖୋଜି ପରେ ଫାଣ୍ଡି ପଛପଟ ପୋଖରୀରୁ ମିଳିଲା ମୃତଦେହ । ମୃତ୍ୟୁର କାରଣ ଖୋଜୁଛି ସୁରପ୍ରତାପପୁର ଫାଣ୍ଡି ପୋଲିସ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗ୍ରାମରେ । ଗ୍ରାମର ରମାକାନ୍ତ ନାୟକଙ୍କ ସାନ ପୁଅ ଋଷି ନାୟକ ୬ ବର୍ଷର ପୁଅ ଗତକାଲି ନିଜର ଜନ୍ମଦିନ ପାଳନ କରିଥିଲା । ନୂଆ ଜାମା ପ୍ୟାଣ୍ଟ ପିନ୍ଧି ଅପରାହ୍ନ ଚାରିଟା ସମୟରେ ବଡ ଭାଇ ସହିତ ଖେଳିବାକୁ ଘରୁ ବାହାରିଥିଲା । ତେବେ ଖେଳ ସାରି ବଡ ଭାଇ ଘରକୁ ଫେରିଥିଲା ବେଳେ କିନ୍ତୁ ରିଷି ଘରକୁ ଫେରିନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିକଟସ୍ଥ ଫାଣ୍ଡି ପଛପଟ ପୋଖରୀରୁ ମିଳିଥିଲା ଋିଷିର ମୃତଦେହ । ତେବେ ପରିବାର ଲୋକେ ଋଷିକୁ ପୋଖରୀରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଭୁବନ ଡାକ୍ତର ଋଷିକୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ସୁରପ୍ରତାପପୁର ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ଦାୟର କରିଥିଲେ । ଭୁବନ ମେଡିକାଲରେ ସୁରପ୍ରତାପପୁର ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ଋଷିର ମୃତଦେହ ଫାଣ୍ଡି ପଛପଟ ପୋଖରୀରୁ କିପରି ମିଳିଲା ତାର କାରଣ ଖୋଜୁଛି ପୋଲିସ । ରିଷିର ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।





