ଆଠମଲ୍ଲିକ୍, (ବାଘୁଆବାର୍ତ୍ତା): ଆଠମଲ୍ଲିକ ମେଡ଼ିକାଲରେ ରୋଗୀକୁ ନେଇ ଆସିଥିବା ଅଟୋ ଡ୍ରାଇଭର ମୃତ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତକାଲି ବିଳମ୍ବ ରାତିରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ବିଜପୁର ଗ୍ରାମର ଅଟୋ ଡ୍ରାଇଭର ଆର୍ତ୍ତତ୍ରାଣ ମୁଣ୍ଡା କନ୍ଦପଲି ଗ୍ରାମର ନିବେଦିତା ଭୋଇକୁ ଅଟୋରେ ଆଠମଲ୍ଲିକ ମେଡିକାଲକୁ ଆଣିଥିଲେ । ରାତିରେ ଗାଁକୁ ଗଲେ ହାତୀ ଭୟ ଥିବାରୁ ସେ ଆଉ ଗାଁକୁ ନଫେରି ମେଡ଼ିକାଲରେ ଥିବା ବାରଣ୍ଡାର ଏକ ଚେୟାରରେ ଶୋଇ ପଡ଼ିଥିଲା । ସକାଳ ୯ଟା ପର୍ୟ୍ୟନ୍ତ ସେ ଉଠିନଥିଲେ । ପରେ ମେଡିକାଲ କର୍ମଚାରୀ ଆସି ତାଙ୍କୁ ଦେଖି ଡାକ୍ତରକୁ ଡାକିଥିଲେ । ଡାକ୍ତର ଆସି ଦେଖିଲା ପରେ ତାର ମୃତ୍ୟୁ ହେଇଯାଇଛି ବୋଲି ଜଣାଇଥିଲେ । ତେବେ ମୃତ୍ୟୁ କାରଣ ଡାକ୍ତର ପୋଷ୍ଟମର୍ଟମ କରିବା ପରେ ଡାକ୍ତର ଜଣାଇବେ କହିଛନ୍ତି । ଜଣେ ସୁସ୍ଥ ୨୭ ବର୍ଷୀୟା ଭଲ କ୍ରିକେଟ ଖେଳାଳୀ ଓ ମେଳାପି ଲୋକଙ୍କ କିପରି ଏମିତି ମୃତ୍ୟୁ ହେଇଗଲା ତାହା ପରିବାର ବର୍ଗକୁ ଚକିତ କରିଛି ।





