Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

by ସଞ୍ଜୟ ସ୍ୱାଇଁ
October 18, 2022
in Crime, State
ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
173
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ମାତ୍ର ୪ ମାସ ତଳେ ହାଇସ୍କୁଲର ପ୍ରଧାନଶିକ୍ଷକ ପକ୍ଷରୁ ଅବସର ଗ୍ରହଣ କରିଥିଲେ। ପାରିବାରିକ ଜୀବନରେ ସୁଖଶାନ୍ତି ସହ ଚଳିବା ବି ସ୍ୱଚ୍ଛଳ ଥିଲା । ହେଲେ ହଠାତ୍‌ ଘଟିଗଲା ଅଘଟଣ । ଆଜି ସକାଳୁ ସକାଳୁ ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ସିଟି ଷ୍ଟେସନ ନିକଟରେ ଘଟିଛି । ମୃତ ଶିକ୍ଷକଜଣକ ହେଉଛନ୍ତି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । କ୍ଷୀରୋଦ ନାଥ ଗତ ଜୁନ୍‌ ମାସରେ ନିଜ ଚାକିରିରୁ ଅବସର ନେଇଥିଲେ। ଆଜି ସକାଳେ ଏକ ସାଇକେଲ ଯୋଗେ ସିଟି ଷ୍ଟେସନ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ସାଇକେଲ ଥୋଇଥିବା ବେଳେ ଅପରପାର୍ଶ୍ୱକୁ ଯାଇ ଚପଲ ଓ ଏକ ସୁଇସାଇଡ ନୋଟ ରଖିଥିଲେ। ଏହାପରେ ସେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ଟାମ୍ପରକେଲା ହାଇସ୍କୁଲର ୪ କର୍ମଚାରୀଙ୍କ ନାଁ ଲେଖାଅଛି। ଏପରିକି ମୋ’ ଆତ୍ମହତ୍ୟା ପାଇଁ ଏହି ୪ ଜଣ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି କ୍ଷୀରୋଦ ନାଥ । ଉକ୍ତ ୪ କର୍ମଚାରୀ ହେଲେ ଟାମ୍ପରକେଲା ହାଇସ୍କୁଲର ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ । କ୍ଷୀରୋଦ ନାଥଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ ଅଛି, ମୋ’ ମୃତ୍ୟୁ ପାଇଁ ହାଇସ୍କୁଲର ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ଦାୟୀ ଅଟନ୍ତି । ସେମାନେ ସଂଘବଦ୍ଧ ଭାବେ ଯୋଜନା କରି ମୋତେ ଫସାଇବାକୁ ଚେଷ୍ଟା କରୁଥିଲେ। ମୁଁ ଏହି ଖଳନାୟକମାନଙ୍କର ଶିକାର ହେଲି । ସୁବଳ ବାରିକ ଓ ଜଗଦିଶ ସାହୁ ଏହି ଷଡଯନ୍ତ୍ରୀର ମୁଖ୍ୟ ନାୟକ । ମୋ’ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନେ ମୋତେ ଅପଦସ୍ତ କରିଛନ୍ତି। ତେଣଉ ଏହି ଭଦ୍ରମୁଖାଧାରୀଙ୍କୁ ଉଚିତ ଶାସ୍ତି ମିଳୁ । ମୋର ପରିବାର ପ୍ରତି ଉଚିତ ନ୍ୟାୟ ବିଚାର କରାଯାଉ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। କ୍ଷୀରୋଦ ନାଥ ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧୀଜୀବୀ ହୋଇଥିବା ବେଳେ ତାଙ୍କୁ ଉକ୍ତ ୪ ଜଣ କାହିଁକି ଓ କିପରି ଫସାଉଥିଲେ, ଏହାର ପଛରେ କାହା ସ୍ୱାର୍ଥ ଅଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏନେଇ କ୍ଷୀରୋଦ ନାଥଙ୍କ ପରିବାର ସଦସ୍ୟଙ୍କ ମତାମତ ମିଳିପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!