ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା NAC ଅଧିନସ୍ଥ ଥୋଡିଆ ମାଳିସାହି ଗ୍ରାମ ର କପିଳା ସାହୁ ଙ୍କ ପୁଅ ମନୋରଞ୍ଜନ ସାହୁ ପରିବାର ଲୋକ ଙ୍କ ସହ ଗତ ଶନିବାର ରାତି ରେ ଘରେ ସୋଇଥିବା ସମୟ ରେ ରାତି ଅଧରେ ତାଙ୍କ ଘରୁ ଏକ ମୂଲ୍ୟ ବାନ ପଟ୍ଟା ଖଟ ଟି କେହି ଚୋରି କରି ନେଇଥିଲେ । ସକାଳୁ ଖଟ ଟି ଘରେ ନଥିବାରୁ ମନୋରଞ୍ଜନ ଖୋଜା ଖୋଜି କରିଥିଲେ । ବିଫଳ ହୋଇ ଦଶପଲ୍ଲା ଥାନା ର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ କେଶ୍ ନମ୍ବର ୨୩୩ରେ ଏକ ମାମଲା ରୁଜୁ କରି ଘଟଣାର ସ୍ଥଳ ରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ସେହି ଗ୍ରାମର ଦଣ୍ତଧର ସାହୁ ଙ୍କ ପୁଅ ସନ୍ତୋଷ ସାହୁ ଙ୍କ ଘରୁ ସେହି ମୂଲ୍ୟବାନ ଖଟ ଟି ଉଦ୍ଧାର କରି ମନୋରଞ୍ଜନ ସାହୁ ଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ତତ୍ପର କାର୍ଯ୍ୟାନୁଷ୍ଠାନ ପାଇଁ ମନୋରଞ୍ଜନ ଙ୍କ ମୂଲ୍ୟବାନ ଖଟ ଟି ଉଦ୍ଧାର ହୋଇ ଯାଇଛି। ତେଣୁ ମନୋରଞ୍ଜନ ଙ୍କ ପରିବାର ଏବଂ ଗ୍ରାମବାସୀ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କୁ ସାଧୁବାଦ ଜଣାଇବା ସହ ବହୁ ପ୍ରଶଂସା କରିଥିବାର ଜଣା ପଡ଼ିଛି ।





