ଓଡଗାଁ,(ବାଘୁଆବାର୍ତ୍ତା): ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରାଯାଇଛି । ଓଡ଼ଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ବିଜ୍ଞାପିତ ଅଂଚଳ ପରିଷଦ କର୍ମଚାରୀମାନେ ଏହି ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଏହାକୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ନୟାଗଡ଼ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସ୍ଥାନରେ ଏହାକୁ ମୁକାବିଲା କରାଯିବା ପାଇଁ କଡ଼ାକଡ଼ି ଭାବେ ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯାଉଛି ।






