Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣକ୍ଷେତ୍ର ପାଲଟିଲା ଢେଙ୍କାନାଳ ପୂଜା ବଜାର, ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 16, 2022
in Crime, State
ରଣକ୍ଷେତ୍ର ପାଲଟିଲା ଢେଙ୍କାନାଳ ପୂଜା ବଜାର, ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କଲା ପୋଲିସ
104
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ରଣକ୍ଷେତ୍ର ପାଲଟିଲା ପୂଜା ବଜାର। ପ୍ରଶାସନର ନିୟନ୍ତ୍ରଣ ବାହାରେ ପରିସ୍ଥିତି। ଢେଙ୍କାନାଳ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ଛକାପଞ୍ଝା ଯୋଗୁଁ ବ୍ୟାପକ ଉତ୍ତେଜନା। ଟେକା ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କଲା ପୋଲିସ। ସୂଚନାନୁଯାୟୀ, କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଐତିହାସିକ ଗଜଲକ୍ଷ୍ମୀ ପୂଜା ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ଆଉ ମାତ୍ର ତିନିଦିନ ରହିଥିବାରୁ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟୁଛି । ଏପରିସ୍ଥଳେ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ପାର୍କିଂ ଜାଗାକୁ ନେଇ ଗତ ପାଞ୍ଚଦିନ ହେଲା ସୃଷ୍ଟି ହୋଇଥବା ବିବାଦ ଉଗ୍ରରୂପ ଧାରଣ କରିଛି । ଠେଙ୍ଗା ବାଡ଼ି ଓ ଟେକା ପଥର ଆକ୍ରମଣରେ ପୂଜା ବଜାର ଏକ ପ୍ରକାର ରଣକ୍ଷେତ୍ର ପାଳଟିଯାଇଛି । ଏପରିକି ଦେଉଳସାହିର ଉତ୍ୟକ୍ତ ଯୁବକ ଘର ଓ ଦୋକାନ ଭଙ୍ଗାରୁଜା କରିଥିବା ବେଳେ ଉଭୟ ବଜାରର ଯୁବକମାନେ ଲୁଚିଛପି ଆକ୍ରମଣ ଓ ପ୍ରତି ଆକ୍ରମଣ କରୁଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ସତ୍ତ୍ୱେ ତୁହାକୁ ତୁହା ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଯାହାକୁ ନେଉ ଉତ୍ତେଜନା ବୃଦ୍ଧି ପାଉଛି। ଫଳରେ ପୁଲିସ ପକ୍ଷରୁ ଲାଠି ଚାଳନା କରିଥିବା ବେଳେ ଉତ୍ତ୍ୟକ୍ତ ଲୋକ ପାଲାଟା ଟେକା ପଥର ମାଡ଼ କରିଛନ୍ତି। ପୂଜା ବଜାରରେ ଅନ୍ୟ ଦେଖାଣାହାରୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!