ମାର୍ଶାଘାଇ, (ବାଘୁଆବାର୍ତ୍ତା): ଯୁବ ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଠାବ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ OPTCL ଅଫିସରେ କାର୍ଯ୍ୟରତ ଥିଲେ ଯୁବ ଇଞ୍ଜିନିୟର ଆଶୁତୋଶ ସାହୁ । ଭଡ଼ାଘରୁ ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଆଶୁତୋଷ ସାହୁ ଗତ ଦୁଇମାସ ହେବ OPTCL ଅଫିସରେ ଯୋଗ ଦେଇଥିଲେ । ତାଙ୍କ ଘର ଭୁବନେଶ୍ୱର ଚନ୍ଦ୍ରେଶଖପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡିଛି । ସେ କେନ୍ଦ୍ରାପଡ଼ାରେ ଏକ ଘର ଭଡ଼ା ନେଇ ରହୁଥିଲେ । ଶନିବାର ଦିନ ବହୁ ସମୟ ଧରି ଘର ଖୋଲା ହୋଇଥିଲା । ଯାହାଫଳରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ତାଡି ମୃତଦେହକୁ ଜବତ କରିଛି । ଏହାବ୍ୟତୀତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ନମୁନା ସଂଗ୍ରହ କରିଛି । ସେପଟେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ । ତେବେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।





