ଦଶପଲ୍ଲା, ( ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ କଉଡ଼ା ଗ୍ରାମରେ ଜଗନ୍ନାଥ ପ୍ରଧାନ ଙ୍କ ପୁଅ ସୁରେଶ ପ୍ରଧାନ ୭ବର୍ଷ ପୂର୍ବେ ବୈଦିକ ରୀତିରେ ଦଶପଲ୍ଲା ନିକଟ ବାରିହା ପିଟା ଗ୍ରାମର ନଟିଆ ପ୍ରଧାନ ଙ୍କ ଝିଅ ସୀତା ପ୍ରଧାନ ଙ୍କୁ ବିବାହ କରିଥିଲେ । ବିବାହ ର ଏକ ମାସ ପରେ ସୁରେଶ ଙ୍କ ମା ବୋହୁ ସୀତା ଙ୍କୁ ଯୌତୁକ ପାଇଁ ପ୍ରତିଦିନ ନିର୍ୟାତନା ଦେଉ ଥିଲେ। ବୋହୁ ସୀତା ମଧ୍ୟ ସବୁକିଛି ସହି ଆଶୁଥିଲେ । ଶୁକ୍ର ବାର ଦିନ ରାତ୍ର ପ୍ରାୟ ୧୧ଟା ସମୟ ରେ ସୀତା ତାଙ୍କ ଭାଇ ଟିକୀନା ପ୍ରଧାନ ଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ ଏବଂ ଭାଇ ଟିକୀନା ମଧ୍ୟ ଭଉଣୀ ସୀତା ଙ୍କୁ କହିଲେ ମୁଁ ସକାଳୁ ଯାଇ ପହଞ୍ଚିବି କଣ ହୋଇଛି ବୁଝିବା। ଏହା ମଧ୍ୟ ରେ ରାତି ପ୍ରାୟ ୨ଟା ସମୟ ରେ ବସନ୍ତ ପ୍ରଧାନ ସୀତା ଙ୍କ ଭାଇ ଟିକିନା ପ୍ରଧାନ ଙ୍କୁ ଫୋନ କରି କହିଲେ ତୁମ ଝିଅ ମରିଯାଇଛି ତୁମେ ଆସି ତାକୁ ନେଇ ଜାଅ । ଏହି ଖବର ପାଇ ତୁରନ୍ତ ଭାଇ ଟୀକୀନା ଘଟଣା ସ୍ଥଳରେ ପହଞ୍ଚି ଦେଖିଲେ ଭଉଣୀ ସୀତା ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରେ ରହିଛି। ଏହି ସମ୍ପର୍କ ରେ ସଙ୍ଗେ ସଙ୍ଗେ ଦଶପଲ୍ଲା ଥାନା କୁ ଜଣାଇ ଥିଲେ ଏବଂ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳକୁ ତଦନ୍ତ କାରୀ ଟିମ୍ ପହଞ୍ଚି ଅଧିକ ତଦନ୍ତ କରାଯିବା ର ସୂଚନା ରହିଛି । ଅନ୍ୟପଟେ ଯୌତୁକ ପାଇଁ ଏହା ଏକ ଯୋଜନା ବଧ ଭାବେ ହତ୍ୟା କରାଯାଇଛି ବୋଲି ଝିଅ ର ଭାଇ ଟିକିନା ପ୍ରଧାନ ଅଭିଯୋଗ କରିଛନ୍ତି । ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଏହାର ପ୍ରାଥମିକ ତଦନ୍ତ ରୁ ସୁରେଶ ପ୍ରଧାନ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା କରୁଥିବାବେଳେ। ଏହି ଘଟଣା ରେ କିଏ କିଏ ସଂପୃକ୍ତ ଅଛନ୍ତି ସେ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ର ଜଣା ପଡ଼ିଛି।।





