ଟିକାବାଲି, (ବାଘୁଆବାର୍ତ୍ତା): ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଞ୍ଚାୟତ ଜିଗିନାଗାଁର ସାଲୁଙ୍କି ନଦୀ ପୋଲ ଉପରୁ ଶୁକ୍ରବାର ରାତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହ ଟିକାବାଲି ପୋଲିସ ଉଦ୍ଧାର କରିଛି । କୌଣସି ସୂତ୍ରରୁ ଖବର ପାଇ ଟିକାବାଲି ପୋଲିସ ଜିଗିନାଗାଁ ସାଲୁଙ୍କି ନଦୀ ପୋଲଠାରେ ପହଞ୍ଚି ଶବ ଜବତ କରିବା ପରେ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମୃତ ଯୁବକ ଜଣକର ବୟସ ୨୫ରୁ ୩୦ ଭିତରେ ବୋଲି ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ବୋଲି ଟିକାବାଲି ଥାନା ଅଧିକାରୀ କଲ୍ୟାଣୀମୟୀ ଷାଣ୍ଢ କହିଛନ୍ତି। ଘଟଣା ସ୍ଥଳରୁ କିମ୍ବା ମୃତ ଯୁବକଙ୍କ ଠାରୁ କୌଣସି ସୁରାକ ମିଳିନାହିଁ । ତେଣୁ ଏହା ଏକ ଦୁର୍ଘଟଣା ନା ହତ୍ୟା ତାହା ଜଣା ପଡିନାହିଁ। ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।





