Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାତାଲ ଦୁଇ ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ୱିତ

by ସଞ୍ଜୟ ସ୍ୱାଇଁ
October 14, 2022
in Crime, State
ମାତାଲ ଦୁଇ ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ୱିତ
85
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ମାତାଲ ଦୁଇ ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ୱିତ। ବ୍ଲକ ଶିକ୍ଷା ଅଧିକାରୀ ଆଜି ଦୁଇ ଜଣଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଦୁଇ ପ୍ରଧାନଶିକ୍ଷକ ମଦ୍ୟପାନ କରିବା ଘଟଣାରେ ଅଭିଭାବକ ପ୍ରତିବାଦ କରିଥିଲେ। ଏହି ଘଟଣା ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା। ଗୁରୁବାର ମାଟୁପାଲି ସରକାରୀ ନୂତନ ପ୍ରାଥମିକ ଵିଦ୍ୟାଳୟରେ ଗୋଟିଏ ମିନି ଭୋଜି ଆୟୋଜନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜିତ ଦୋରା ମିଶି ମଦ ପିଇ ବୋବାଲ୍‌ ହୋଇଥିଲେ। ସ୍କୁଲ ଚାଲିଥିବା ବେଳେ ଦୁଇ ପ୍ରଧାନଶିକ୍ଷକ ନିଶାରେ ଟଳମଳ ହେଉଥିଲେ। ଠିକ୍‌ରେ କଥା ହୋଇପାରୁନଥିଲେ। ଏପରିକି ବାନ୍ତି କରିଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକଙ୍କ ମଦ ପିଇବା କଥା ପିଲାଙ୍କଠାରୁ ଶୁଣି ଅଭିଭାବକମାନେ ସ୍କୁଲ୍‌ରେ ପହଞ୍ଚିଥିଲେ। ଶିକ୍ଷକଙ୍କ ଏପରି କାର୍ୟ୍ୟକୁ ପ୍ରତିବାଦ କରିଥିଲେ। ଆଜି ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପ୍ରଧାନଶିକ୍ଷକ ପ୍ରତିଦିନ ମଦ ପିଇ ସ୍କୁଲ ଆସୁଥିବା ଅଭିଯୋଗ କରିଥିଲେ।ସ୍କୁଲ ଉନ୍ନତି ମୂଳକ କାର୍ୟ୍ୟ ପାଇଁ ଆସୁଥିବା ଅର୍ଥକୁ ବାଟମାରଣ କରୁଥିବା ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେତେକ ଅଭିଭାବକ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ। ଗାଁ ଲୋକଙ୍କ ଅଭିଯୋଗ ପରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବିଇଓ ମାମଲାର ତଦନ୍ତ କରି ମାତାଲ ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିତ ଦୋରାଙ୍କୁ ନିଲମ୍ୱିତ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!