Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା କାଠ ବୋଝେଇ ଇଞ୍ଜିନ ରିକ୍ସା ଜବତ

by ସଞ୍ଜୟ ସ୍ୱାଇଁ
October 14, 2022
in Crime, State
ଚୋରା କାଠ ବୋଝେଇ ଇଞ୍ଜିନ ରିକ୍ସା ଜବତ
42
VIEWS
Share on FacebookShare on Twitter

ଜଳେଶ୍ଵର, (ବାଘୁଆବାର୍ତ୍ତା): ଚୋରା କାଠ ବୋଝେଇ ଇଞ୍ଜିନ ରିକ୍ସା ଜବତ। ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଗ୍ରୱାଲା ଛକ ଠାରେ ଚଢ଼ାଉ କରିଛି ବନ ବିଭାଗ। ୨ କାଠ ମାଫିଆଙ୍କୁ ଅଟକ ରଖିଛି ବନ ବିଭାଗ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ରୋଡ ଦେଇ ପ୍ରତ୍ୟେକ ଦିନ କାଠ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ନେଇ ଜଳେଶ୍ୱର ବନ ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଗତକାଲି ଅପରାହ୍ନ ୫ଟା ସମୟରେ ଦୁଇ ଜଣ କାଠ ମାଫିଆ ଏକ ଇଞ୍ଜିନ ଚାଳିତ ରିକ୍ସାରେ କାଠ ଲୋଡ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଅଗ୍ରୱାଲା ଛକ ଠାରେ ଚଢ଼ାଉ କରାଯାଇଥିଲା। ବନ ବିଭାଗ କାଠ ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ସହିତ ଗୋଟିଏ ବାଇକ ଜବତ କରିବା ସହ ଦୁଇ ଜଣ କାଠ ମାଫିଆକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅଟକ ଦୁଇ ଜଣ ନିମାଇଁ ଦଳାଇ ଏବଂ ପ୍ରଭାକର ଦେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!