ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଦୂର୍ଗାପୂଜା ଭସାଣି ବେଳେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ୧୦ ଜଣ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଜଣ ଯୁବକ ଗୁରୁତର। ଗଞ୍ଜାମ ସାନଖେମୁଣ୍ଡି ପାଟପୁର ଦୁର୍ଗା ପୂଜା ଭସାଣି ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ଦୁର୍ଗାପୂଜା ଭସାଣୀ ମେଢ଼ ଗାଁ ପରିକ୍ରମା ସମୟରେ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୦ ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ବାଇକ ଭଙ୍ଗାରୁଜା କରିଥିଲେ। ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣକାରୀ ସେଠାରୁ ଚମ୍ପଟ ମାରିଥିଲେ। ଦୁଇ ଆହତ ସନ୍ତୋଷ ପ୍ରଧାନ, ସୁକାନ୍ତ ଖୁଣ୍ଟିଆଙ୍କୁ ପୋଲିସ ଆଡ଼ପଡା ମେଡ଼ିକାଲରେ ଭର୍ତ୍ତି କରିଛି।





