ଆମେ କିଛି ମାନିବୁନି
ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କରୋନା ସଂନ୍ଦିଗ୍ଧକୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଯାହାକୁ ନେଇ ସହରରେ ଆତଙ୍କ ସୃଷ୍ଟି ହୋଇଛି । ବାସ୍ତବରେ ଏହା କେତେଦୂର ସତ ତାକୁ ନଜାଣି କିଛି ଅସାମାଜିକ ଗୁଜବ କାରୀ ଏହାକୁ ପ୍ରଚାର କରୁଥିବା ବେଳେ ନିୟମକୁ ନମାନିବା ଦ୍ୱାରା ଏହି ଗୁଜବ କେତେବେଳେ ଯେ, ମିଛୁଆ ରାଧୁଆ ବାଘ ମାମୁଁର ଖେଳରେ ପରିଣତ ହେବ ତାହା କହି ହେବ ନାହିଁ। ସୂଚନାନୁସାରେ, ନୟାଗଡ଼ ନିକଟସ୍ଥ ଘଡ଼ୁଆଳ ଗ୍ରାମର ଜୈନିକ ବ୍ୟକ୍ତି ମାର୍ଚ୍ଚ ୫ ତାରିଖରେ ବାଙ୍ଗାଲୋରରେ କାମ କରି ଘଡ଼ୁଆଳ ଫେରିଥିଲେ । ସେ ବ୍ୟକ୍ତି ଜଣେ ନିୟମିତି ଶ୍ୱାସରୋଗୀ ଏବଂ ନିଶା ସେବନ କାରୀ ବୋଲି ଜଣାଯାଇଛି । ଯାହା ଫଳରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଏହା ପରଠାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ବିଭିନ୍ନ କର୍ମଚାରୀ ଛାନିଆ ହୋଇପଡ଼ିଥିଲେ । ଯାହାକୁ ନେଇ ତାଙ୍କୁ କରୋନା ହୋଇଥିବା ଗୁଜବ ସାରା ନୟାଗଡ଼କୁ କବଳିତ କରି ସାରିଛି । ଏହା ପରେ ଉକ୍ତ ଯୁବକଙ୍କୁ ଜୟ ଜଗନ୍ନାଥ ଆମ୍ବୁଲାନ୍ସ ଯୋଗେ ଭୂବନେଶ୍ୱର ୬ନଂ କିମ୍ବା ଏମ୍ସରେ ଚିକିତ୍ସା କରାଇବା ନିମନ୍ତେ ପଠାଯାଇଛି । ସ୍ଥାନୀୟ ସଂରପଂଚଙ୍କ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନାନୁସାରେ, ଯୁବକଙ୍କ ଲିଭର ପ୍ରୋବ୍ଲେମ ଥିବା ଜଣାଯାଇଛି । ଏହି ଗୁଜବକୁ ବିଶ୍ୱାସ ନକରିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିବା ବେଳେ ସହରରେ ଅକାରଣରେ ବୁଲୁଥିବା ଲୋକେ ଏବେ ସଚେତନ ହେବା ନିହାତି ଆବାଶ୍ୟକ ହୋଇପଡ଼ିଛି । ପ୍ରକାଶ ଥାଉ କି, ନୟାଗଡ଼ ସହର ମଧ୍ୟରେ ଗତ କିଛିଦିନ ଧରି କିଛି ଶିକ୍ଷିତ ଯୁବକ, ଶିକ୍ଷିତ ନାଗରିକ ବାହାପା ନେବା ପାଇଁ ମନଇଚ୍ଛା ବଜାରରେ ବୁଲୁଛନ୍ତି । ତତ୍ସହିତ ସମସ୍ତ ଆଇନ କାନୁନକୁ ଉଲଂଘନ କରୁଛନ୍ତି । କରୋନା ନାଁ ଧରିଲେ ଡରୁଛନ୍ତି, ଅନ୍ୟପକ୍ଷେ ଆମେ କିଛି ମାନିବୁନିର ଖେଳ ଖେଳୁଛନ୍ତି । ଏହି ଖେଳ ଆଗାମୀ ଦିନରେ କାଳରେ ପରିଣତ ହେବାର ସମ୍ଭାବନା ଥିବାରୁ ନୟାଗଡ଼ ଲକ୍ ଡାଉନ୍ ନୁହେଁ ସଟ୍ ଡାଉନ୍ର ଆବଶ୍ୟକତା ରହିଥିବା ଜଣାଯାଇଛି ।






