ନୟାଗଡ଼, (ବାଘୁଆବାର୍ତ୍ତା): ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ବିଳମ୍ବିତ ରାତିରେ ମୃତ ହୋଇଛି । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବେବଚ୍ଛେଦ ପାଇଁ ପଠାଯାଇଛି । ମୃତ ଯବକ ଜଣଙ୍କ ହେଲେ ଗୋପାଳକୃଷ୍ଣ ପ୍ରଧାନ । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ପିଟିଏସ ଛକ ନିକଟରେ ଲେଙ୍କୁଡିପଡ଼ା ଗ୍ରାମର ବିଜୟ କୁମାର ପ୍ରଧାନଙ୍କ ପୁତ୍ର ଗୋପାଳକୃଷ୍ଣ ପ୍ରଧାନ(୩୧) ଏକ ମୋମୋ ଷ୍ଟଲ କରିଥିଲେ । ତେବେ ମୋମୋ ଷ୍ଟଲ୍ ବନ୍ଦ କରି ଦୋକାନରେ ଶୋଇଥିଲେ । ତେବେ ରାତି ପ୍ରାୟ ସାଢେ ୩ଟା ସମୟରେ ଘରକୁ ଯିବା ପାଇଁ ବାହାରିଥିଲେ । ମୋମୋ ଷ୍ଟଲରେ ହାତ ଲଗାଇବା କ୍ଷଣି ବିଦ୍ୟୁତ୍ ଆଘାତ ଦେଇଥିଲା । ଉକ୍ତ ଷ୍ଟଲରେ ବିଦ୍ୟୁତ୍ ଆଘାତରେ ଲାଗି ଗୋପାଳକୃଷ୍ଣ ମୃତ୍ୟୁ ହୋଇଯାଇଥିଲା । ସକାଳୁ ସ୍ଥାନୀୟ ଲୋକ ଦେଖିଲା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ସେପଟେ ଗୋପାଳକୃଷ୍ଣଙ୍କ ମୃତ୍ୟୁ ଖବର ପ୍ରଶାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକ ପୁଅ ହରାଇ ଭାଙ୍ଗି ପଡିଛନ୍ତି ।





