Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୮ ଜୁଆଡିଙ୍କୁ ଗିରଫ କରି ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ପୁଲିସ୍‌

by ସଞ୍ଜୟ ସ୍ୱାଇଁ
October 11, 2022
in Crime, State
୫୮ ଜୁଆଡିଙ୍କୁ ଗିରଫ କରି ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ପୁଲିସ୍‌
24
VIEWS
Share on FacebookShare on Twitter

କଲ୍ୟାଣସିଂହପୁର, (ବାଘୁଆବାର୍ତ୍ତା): କୁମ୍ଭାର ପୂର୍ଣ୍ଣିମା ଅବସରରେ ମତୁଆଲା ହେଉଥିଲେ ଜୁଆଡ଼ି। ଜହ୍ନ ଆଲୁଅରେ ଜୁଆ ଖେଳରେ ମାତିଥିଲେ। ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଏପରି ଅସର ଜମିଥିଲା। ଅଚାନକ ପୁଲିସ୍‌ ଚଢ଼ଉ କରି ୫୮ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। କୁମ୍ଭାର ପୂର୍ଣ୍ଣିମା ଅବସରରେ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣରେ ଜୁଆ ଖେଳ ହେଉଥିଲା। ଜୁଆଡିମାନେ ଜୁଆ ଖେଳରେ ନିଜର ସର୍ବଶ୍ୱ ଲଗାଇ ଦେଉଛନ୍ତି। ଆଉ ପରବର୍ତ୍ତୀ ସମୟରେ ପୂରା ପରିବାର ସର୍ବହରା ହୋଇଯାଉଛି। ଜୁଆ ଖେଳ ନେଇ ରାୟଗଡ଼ାରେ ୪ଟି, ଟିକିରିରେ୧, ଗୁଣୁପୁରରେ ୨, ବିଷମକଟକରେ ୧, ଅମ୍ୱାଦଳାରେ ୨, କଲ୍ୟାଣସିଂହପୁରରେ ଗୋଟିଏ ଓ କେସିପୁର ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିଲା। ଏହା ପରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତା’ପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌କୁ ସଫଳତା ମିଳିଛି। କେତେକ ସ୍ଥାନରେ ଜୁଆଡ଼ିମାନେ ଫେରାର ହୋଇଥିବା ବେଳେ ଆଉ କିଛି ସ୍ଥାନରେ ପୁଲିସ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ୧୩ଟି ମାମଲା ରୁଜୁ ୫୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏଥିସହ ନଗଦ ୨ ଲକ୍ଷ ୨୯ ହଜାର ୬୦୦ ଟଙ୍କା, ୨୩ଟି ମୋବାଇଲ, ୩ ବାଇକ୍‌, ତାଷ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ପୁଲିସ। ତେବେ ଯେଉଁ ଅଭିଯୁକ୍ତମାନେ ଫେରାର ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!