ବାଲିଗୁଡ଼ା, (ବାଘୁଆବାର୍ତ୍ତା): ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ନିକଟସ୍ଥ ଗୁଞ୍ଜିବାଡି ପଞ୍ଚାୟତର ଡଡବାଡି ପାଖ ରାସ୍ତା ନିକଟ ବୁଦାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାରଙ୍ଗଡ଼ ଥାନା ନିକଟସ୍ଥ ଗୁଞ୍ଜିବାଡି ପଞ୍ଚାୟତର ଡଡବାଡି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ତାମିଲନାଡ଼ୁରୁ ଜଣେ ଯୁବକ ଆସିଥିଲେ। ହେଲେ ଯୁବତୀଙ୍କ ଭାଇ ଏହାକୁ ବିରୋଧ କରୁଥିଲେ। ଆଜି ଡଡବାଡି ପାଖ ରାସ୍ତା ନିକଟ ବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମିକାଙ୍କ ଭାଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଜି ଉଦୟଗିରି ଏସଡିପିଓ ଓ ସାରଙ୍ଗଗଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।





