Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିବାଡ଼ି ଝଗଡ଼ାକୁ ନେଇ ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

by ସଞ୍ଜୟ ସ୍ୱାଇଁ
October 10, 2022
in Crime, State
ଜମିବାଡ଼ି ଝଗଡ଼ାକୁ ନେଇ ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ
25
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ବିଲ ବାଡି ଝଗଡ଼ାକୁ ନେଇ ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ । ବିଲରେ ଜଣଙ୍କୁ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମରେ ଏପରି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର ଗଙ୍ଗାଧର ପ୍ରଧାନ । ଗଙ୍ଗାଧର ଏବଂ ତାଙ୍କ ଗ୍ରାମ ନିକଟସ୍ଥ କୁଶଗୋଡା ଗ୍ରାମର ଶେଷଦେଵ ଦେହୁରୀଙ୍କ ପରିବାର ମଧ୍ୟରେ ବିଲ ବାଡିକୁ ନେଇ ଶତ୍ରୁତା ରହିଥିଲା । ଏହାକୁ ନେଇ ଗତ କିଛିଦିନ ପୂର୍ବେ ଗଣ୍ଡଗୋଳ ଥାନାକୁ ଯାଇଥିଲା । ଉଭୟ ପରିବାର ଛକା ପଞ୍ଝା ହୋଇ ରହିଥିଲେ। ରବିବାର ଗଙ୍ଗାଧର ବିଲକୁ ଯାଉଥିବା ସମୟରେ ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ । ଠେଙ୍ଗାରେ ବାପ ପୁଅ ମିଶି ଅତି ନିର୍ମମ ଭାବେ ପିଟି ପକାଇଥିଲେ । ଘଟଣାସ୍ଥଳରେ ଗଙ୍ଗାଧର ଟଳିପଡିବା ସମୟରେ ଗ୍ରାମବାସୀଙ୍କୁ ଦେଖି ବାପପୁଅ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ଗଙ୍ଗାଧରଙ୍କୁ ମୁର୍ମୂଶୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। । ତେବେ ପରିବାର ଲୋକେ ଆଜି ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ଫରନ୍ସିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ହତ୍ୟାକାଣ୍ଡର ଅଭିଯୁକ୍ତ ଶେଷଦେଵ ଦେହୁରୀ ଓ ତାର ଦୁଇ ନାବାଳକ ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!