ବଲାଙ୍ଗୀର, (ବାଘୁଆବାର୍ତ୍ତା): ବାର୍ହା ଫାଶରେ ପଡି ଚାଷୀ ମୃତ । ବଲାଙ୍ଗୀର ଜିଲ୍ଲା ଦେଓଗାଁ କରୁଆଁଝର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଚାଷୀଙ୍କ ନାମ ଅନଙ୍ଗ ମଲ୍ଲିକ ବୋଲି ଜଣାପଡିଛି । ଅନଙ୍ଗ ଫସଲ ଜଗିବାକୁ ରାତିରେ ଯାଇଥିଲେ। ଫେରିବା ସମୟରେ ନିଜ ଚାଷ ଜମିକୁ ବୁଲିବାକୁ ଯାଇଥିଲେ। ବିଦ୍ୟୁତ ସଂଯୋଗ ପାଇଁ ବିଛା ଯାଇଥିବା ବାରାହା ଫାଶରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଅନଙ୍ଗଙ୍କ ବଡପୁଅ ଖୋଜାଖୋଜି ପରେ ବାପାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ବାପାଙ୍କୁ ଉଦ୍ଧାର ସମୟରେ ପୁଅକୁ ମଧ୍ୟ ବିଦ୍ୟୁତ ଝଟକା ଦେଇଥିଲା। ଅପରପକ୍ଷେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ପୁଅ ରୂପେଶ ମଲ୍ଲିକ ବନ୍ଧପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଯେଉଁ କ୍ଷେତରେ ଚାଷୀଙ୍କ ମୃତ୍ୟୁ ହୋଇଛି ପୂର୍ବରୁ ତାଙ୍କ ସହ ଚାରି ବର୍ଷ ହେଲାଣି ଚାଷକୁ ନେଇ ବିବାଦ ଲାଗି ରହିଥିଲା। ତାକୁ ଆଧାର କରି ବନ୍ଧପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ରୂପେଶ ମଲ୍ଲିକ।





