Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ମୁଁ ପୁଲିସ୍‌ ଡିଆଇଜି, ଟଙ୍କା ଦେଲେ ଚାକିରି ପକ୍କା’ ଏପରି କହି ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା

by ସଞ୍ଜୟ ସ୍ୱାଇଁ
October 10, 2022
in Crime, State
‘ମୁଁ ପୁଲିସ୍‌ ଡିଆଇଜି, ଟଙ୍କା ଦେଲେ ଚାକିରି ପକ୍କା’ ଏପରି କହି ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା
32
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ‘ମୁଁ ପୁଲିସ୍‌ ଡିଆଇଜି। ଟଙ୍କା ଦେଲେ ଚାକିରି ପକ୍କା। ତେଣୁ ଯିଏ ଟଙ୍କା ଦେବ, ପୁଲିସ୍‌ରେ ଭର୍ତ୍ତି କରାଇଦେବି । ’ ଏପରି ପ୍ରଲୋଭନ ଦେଖାଇ ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା । ହେଲେ ଶେଷରେ ଚାକିରି କଥା ପଡ଼ିଲେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପୁଲିସ୍‌ ନିଜକୁ ନକଲି ପୁଲିସ୍‌ ଡିଆଇଜି ପରିଚୟ ଦେଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ନକଲି ଡିଆଜି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ସେ ଯାଜପୁର, କଟକ, ଭୁବନେଶ୍ୱର, କେନ୍ଦୁଝର ଆଦି ଜିଲ୍ଲାର ବହୁ ଯୁବକଙ୍କଠାରୁ ଟଙ୍କା ଠକି ନେଇଥିବା ଜଣାଯାଇଛି। ସୁଜିତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କଠାରୁ ଟଙ୍କା ଠକି ଚାଲିଥିଲେ । ହେଲେ ଠକାମିର ଶିକାର ହୋଇଥିବା ଜଣେ ଯୁବକଙ୍କୁ ସନ୍ଦେହ ହେବାରୁ ସେ ଏନେଇ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ଘଟଗାଁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଲଜ୍‌ରେ ଚଢ଼ାଉ କରି ସୁଜିତଙ୍କୁ କାବୁ କରିଥିଲା। ଚଢ଼ାଉ ସମୟରେ ତାଙ୍କ ନିକଟରୁ ପୁଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ତେବେ ନିଜକୁ ଆପିଏସ୍‌ ସ୍ତରର ପୁଲିସ ଅଫିସର କହୁଥିବା ଯୁବକଙ୍କ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସିବା ସହ ଫସିଯାଇଛନ୍ତି ନକଲି ଡିଆଇଜି । ସୁଜିତ ପଢିଆରୀ ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୁଲିସ କହିବା ସହ ଚାକିରି କରାଇଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁରେ ଏକାଧିକ ମାମଲା ରହିଥିବା ଘଟଗାଁ ଏସଡିପିଓ ସୁଶିଲ କୁମାର ମିଶ୍ର ସୂଚନା ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!