Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନୀ ବୋଟ ରୁ ଧରା ପଡିଲା ୩୬୦ କୋଟି ଟଙ୍କାର ହେରୋଇନ

by ସଞ୍ଜୟ ସ୍ୱାଇଁ
October 8, 2022
in Crime, NATIONAL NEWS
ପାକିସ୍ତାନୀ ବୋଟ ରୁ ଧରା ପଡିଲା ୩୬୦ କୋଟି ଟଙ୍କାର ହେରୋଇନ
58
VIEWS
Share on FacebookShare on Twitter

ଅହମଦାବାଦ, (ବାଘୁଆବାର୍ତ୍ତା): ପୁଣିଥରେ ଗୁଜରାଟ ଉପକୂଳରୁ ଜବତ ହୋଇଛି ୩ ଶହ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ। ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍‌ ମିଳିତ ଭାବେ ଅପରେସନ କରି ଗୋଟିଏ ପାକିସ୍ତନୀ ବୋଟ୍‌କୁ କାବୁ କରିଥିଲେ। ଯାଞ୍ଚ ବେଳେ ବୋଟ ମଧ୍ୟରୁ ୫୦ କେଜି ଓଜନର ହେରୋଇନ୍‌ ଜବତ ହୋଇଛି। ଏହାର ବଜାର ମୂଲ୍ୟ ୩୬୦ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି। ଆରବିୟାନ ସମୁଦ୍ରରେ ଏହି ଘଟଣା ଘଟିଛି। ଜବତ ଡଙ୍ଗାର ନାଁ ଅଲ ସାକର। ଏଥିରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି। ସମସ୍ତଙ୍କୁ ଜାଖାଉ ପୋର୍ଟକୁ ଅଣାଯାଇ ଏବେ ପଚରାଉଚରା କରାଯାଉଛି। ମିଳିଥିବା ଶୁକ୍ରବାର ରାତିରେ ତଟରକ୍ଷୀ ବାହିନୀ ଦୁଇଟି ଇଣ୍ଟରସ୍ପେକ୍ଟର ଶିପ ସି-୪୨୯- ଓ ସି-୪୫୪କୁ ଗୁଜରାଟ ଉପକୂଳ ଆରବିୟାନ ସମୁଦ୍ରରେ ମୁତୟନ କରିଥିଲା। ଏହି ଦୁଇ ଜାହାଜ ଅନ୍ତର୍ଜାତୀୟ ଜଳ ସୀମା ନିକଟରେ ପ୍ୟାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ହଠାତ୍‌ ଗୋଟିଏ ପାକିସ୍ତାନୀ ବୋଟ ଭାରତୀୟ ଜଳ ସୀମାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଡଙ୍ଗାର କ୍ରୁ ସଦସ୍ୟମାନେ କିଛି ଶୁଣି ନଥିଲେ। ଦୀର୍ଘ ସମୟର ଛକାପଞ୍ଝା ପରେ ତଟରକ୍ଷୀ ବାହିନୀ ଉକ୍ତ ପାକିସ୍ତାନୀ ବୋଟକୁ ଅଟକାଇବାରେ ସକ୍ଷମ ହୋଇଥିଲା। ଡଙ୍ଗାକୁ ଅଟକାଇବା ପରେ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ଡଙ୍ଗା ଭିତରୁ ୫୦ କେଜି ହେରୋଇନ ଜବତ କରାଯାଇଥିଲେ। ଏହି ଜବତ ହେରୋଇନ ଗୁଜରାଟ ଉପକୂଳରେ ପହଞ୍ଚିବା ପରେ ଦେଶର ବିଭିନ୍ନ ରାଜ୍ୟକୁ ଯାଇଥାଆନ୍ତା ବୋଲି କୁହାଯାଉଛି। ଗତ ଗୋଟିଏ ବର୍ଷ ମଧ୍ୟରେ ୬ଷ୍ଠଥର ପାଇଁ ଗୁଜରାଟ ଉପକୂଳରୁ ଏପରି ହେରୋଇନ ଜବତ ହୋଇଛି। ସେହିପରି ମାସକ ଭିତରେ ଏହା ଦ୍ୱିତୀୟ ଘଟଣା। ସେପ୍ଟେମ୍ବର ୧୪ରେ ଗୁଜରାଟ ଉପକୂଳରେ ବୁଲୁଥିବା ଗୋଟିଏ ପାକିସ୍ତନୀ ବୋଟରୁ ୪୦ କେଜି ଓଜନର ଡ୍ରଗ୍ସ ଜବତ ହୋଇଥିଲା। ଶୁକ୍ରବାର କେରଳର କୋଚି ଉପକୂଳରୁ ଗୋଟିଏ ବୋଟରେ ୨୦୦ କେଜି ହେରୋଇନ୍‌ ଚାଲାଣ ହେଉଥିବା ବେଳେ ମଧ୍ୟ ଜବତ ହୋଇଥିଲା। ଆଫଗାନିସ୍ତାନରୁ ଆସିଥିବା ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା। ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ଟଙ୍କା ହେବ। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ହାତରେ ଧରାପଡ଼ିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!