ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଲେନରୁ କଳାକନା ବୁଲାଇଛନ୍ତି ଲୁଟେରା । ଦଶହରା ଛୁଟିରେ ଘରେ ଅନୁପସ୍ଥିତ ଥିବା ର ସୁଯୋଗ ନେଇଛନ୍ତି ଡକାୟତ ଦଳ । ଉକ୍ତ ଲେନରେ ରହୁଥିବା ଆଇନଜୀବି ଅଶୋକ କୁମାର ସାହୁଙ୍କ ଘର ଚାବି ଭାଙ୍ଗି ଦେଇଛନ୍ତି । ସୁଯୋଗ ନମିଳିବାରୁ ତାଙ୍କ ଘରୁ କୌଣସି ସାମଗ୍ରୀ ଚୋରି କରିପାରି ନାହାନ୍ତି । ଅନ୍ୟପଟେ ଉକ୍ତ ଲେନରେ ରହୁଥିବା ଆଉଜଣେ ଭଡାଟିଆଙ୍କ ଘରେ କଳାକନା ବୁଲାଇଛନ୍ତି । ଉକ୍ତ ପରିବାର ର ଅନୁପସ୍ଥ୍ିତି ଡକାୟତ ଦଳଙ୍କୁ ସୁଯୋଗ ଆଣି ଦେଇଥିଲା । ତାଙ୍କ ଘରୁ ସମସ୍ତ ସୁନା ରୁପା ଅଳଙ୍କାର, ଆସବାବ ପତ୍ର, ଟଙ୍କା ଲୁଟ କରିନେଇଛନ୍ତି । କିଛିଦିନ ଧରି ଡକାୟତ ଦଳ ନୟାଗଡ଼ର ବିଭିନ୍ନ ସ୍ଥାନରେ ଚୋରି କରିବାରେ ସଫଳ ହୋଇଛନ୍ତି । ଏହି ଘଟଣାକୁ ନେଇ ଟାଉନ ଥାନା ପକ୍ଷରୁ ଆଜି ଯାଞ୍ଚ ଆରମ୍ଭ ହୋଇଛି । ଉକ୍ତ ଚୋରି ଘଟଣାକୁ ନେଇ ଉକ୍ତ ଲେନର ଜନ ସାଧାରଣ ଛାନିଆ ହୋଇପଡିଛନ୍ତି ।





