Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନା ସମ୍ମୁଖରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
October 7, 2022
in Crime, State
ଥାନା ସମ୍ମୁଖରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ
58
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ପୁଲିସ୍‌ ପ୍ରତି ଭୟ ନାହିଁ! ଥାନା ସମ୍ମୁଖରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ସିଂଲା ଥାନା ନାବରା ପଞ୍ଚାୟତର ଜୟନ୍ତୀ ପ୍ରଧାନ ୧୨ ବର୍ଷ ତଳେ ହାସୀମପୁ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ସେତେବେଳେ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇ ଥିଲା। କିଛି ଦିନ ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ତାଙ୍କ ଉପରେ ଆରମ୍ଭ ହେଲା ନିର୍ୟାତା। ଯୌତୁକ ପାଇଁ ତାଙ୍କୁ ନାନା ନିର୍ୟାତନା ଦିଆଯାଉଥିଲା। ବହୁବାର ଘଟଣାର ସମାଧାନ କରାଯାଇଥିଲା। ଏପରିକି ମାମଲା ଥାନାକୁ ଯାଇଥିଲା। ପୁଲିସ ଉପସ୍ଥିତିରେ ସମାଧାନ କରାଯାଇଥିଲା। ହେଲେ କିଛି ସୁଫଳ ମିଳୁନଥିଲା। ତେବେ ନିର୍ୟାତନା ଅସହ୍ୟ ହେବାରୁ ଦୁଇ ବର୍ଷ ତଳେ ଜୟନ୍ତୀ ବାପ ଘରକୁ ଚାଲି ଆସିଥିଲେ। ଏବେ ବାପଘରେ ରହୁଛନ୍ତି। ଆଉ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇଁ ସେ ଥାନାରେ ଅଭିଯୋଗ କରିଛନ୍ତି। ଏବେ ସେହି ମାମାଲା ବିଚାରାଧୀନ ରହିଛି। ତେବେ ବାପ ଘରେ ଚଳିବାରେ ସମସ୍ୟା ହେବାରୁ ଜୟନ୍ତୀ ସିଙ୍ଗଲା ଥାନା ସମ୍ମୁଖରେ ଗୋଟିଏ ବ୍ୟୁଟି ପାର୍ଲର କରିଥିଲେ। ସବୁଦିନ ପରି ଆଜି ଜୟନ୍ତୀ ନିଜ ବ୍ୟୁଟି ପାର୍ଲରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ବ୍ୟୁଟି ପାର୍ଲରରେ ପହଞ୍ଚି ଥିଲେ ପୂର୍ଣ୍ଣଚନ୍ଦ୍ର। ତାଙ୍କୁ ଦୋକାନ ବାହାରକୁ ଡାକି ଆଣିଥିଲା। ସର୍ବ ସମ୍ମୁଖରେ ସେ ଏକ କଟୁରୀରେ ଜୟନ୍ତୀଙ୍କୁ ଚୋଟ ପରେ ଚୋଟ ପକାଇଥିଲା। ରକ୍ତାକ୍ତ ହୋଇ ତଳେ ପଡ଼ିଥିଲେ ଜୟନ୍ତୀ। ଆକ୍ରମଣ କରିବା ପରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ତେବେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ତାକୁ ଥାନାରେ ଅଟକ ରଖିଛି। ଅନ୍ୟପକ୍ଷରେ କଟୁରୀ ଚୋଟରେ ଗୁରୁତର ଆହତ ହୋଇଥିବା ଜୟନ୍ତୀଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!