ଉଦଳା, (ବାଘୁଆବାର୍ତ୍ତା): ସାଙ୍ଗକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ।ଏଭଳି ଘଟଣା ଘଟିଛି ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି। ଆନନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିଙ୍କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା। ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ କୌଣସି କାରଣରୁ ଲାଲାଙ୍କୁ ଏକ ବାଡ଼ିରେ ବାଡେଇ ଗୁରୁତର କରିବା ପରେ ତା’ ମୁହଁକୁ ପଥରରେ ଛେଚି ରତନା ହତ୍ୟା କରିଥିଲା। ଏହା ପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା। ଗତ ମଙ୍ଗଳବାର ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ତଦନ୍ତ କରି ରତନାଙ୍କୁ ଗିରଫ କରିଥିଲା। ଏଥିସହ ହତ୍ୟାରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି। ଏହା ପରେ ରତନା ସମସ୍ତ ଘଟଣା ପୋଲିସ ଆଗରେ କହିଥିଲା।





