ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ବିଜୟା ଦଶମୀ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଫାଇଦା ଉଠାଇ ଅସାଧୁ ବ୍ୟବସାୟୀମାନେ ମାଲେମାଲ ହେଉଛନ୍ତି। ଆଜି ସକାଳୁ ଅବକାରୀ ବିଭାଗ ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡ ଟାଉନ ଥାନା ଅନ୍ତର୍ଗତ ନୟାଗଡ଼ ରୋଡ୍ ସ୍ଥିତ ଭେରାଇଟି ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣ ମଦ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ନୟାଗଡ଼ ଛକରେ ଥିବା ଦୁଇଟି ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବେଦେଶୀ ମଦ ଓ ୨୧ ଲିଟର ବିଅର୍ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳର ଦୁର୍ୟ୍ୟୋଧନ ବେହେରା ଓ ଆକାଶ କୋଦମ୍ ସିଂହକୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରିଛି ଅବକାରୀ ବିଭାଗ।





