ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଅନେକ ସ୍ୱେଚ୍ଛାସେବୀ ଏବଂ ସମାଜସେବୀ ସହାୟତା ପ୍ରଦାନ କରୁଛନ୍ତି । ଏହି ପ୍ରରିପେକ୍ଷିରେ ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଭାଟସାହି ପଂଚାୟତର ସରପଂଚ ତଥା ବ୍ୟବସାୟୀ କିଶୋର ଚନ୍ଦ୍ର ସାହୁ ଏକ ଲକ୍ଷ ଦୁଇ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ଦାନ କରିଛନ୍ତି । ମା ଦୁର୍ଗା ରୋଡ଼ ଲାଇନ୍ସର ପ୍ରୋପାଇଟର ଶ୍ରୀଯୁକ୍ତ ସାହୁ ଅନୁଗୁଳ ଜିଲ୍ଲାପାଳଙ୍କୁ ୫୧ ହଜାର ଟଙ୍କା କରୋନା ମୁକାବିଲା ପାଇଁ ଦାନ କରିଥିବା ବେଳେ ଲକି ଟ୍ରେଡର୍ସ ପକ୍ଷରୁ ତାଙ୍କ ଧର୍ମପôତୀ ସାରଦା କୁମାରୀ ସାହୁ ୫୧ ହଜାର ଟଙ୍କା ନୟାଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି ।






