Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 4, 2022
in Crime, State
ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ
18
VIEWS
Share on FacebookShare on Twitter

ନିଶ୍ଚିତକୋଇଲି, (ବାଘୁଆବାର୍ତ୍ତା): ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ଶ୍ଵଶୁର ଘର ଲୋକ ନିର୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି। ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁର ରାମଚନ୍ଦ୍ର ପଣ୍ଡାଙ୍କ ସାନପୁଅ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଗତ ୨୦୦୦ ମସିହାରେ ସାଲେପୁର ଥାନା ସପନପୁର ଗାଁର ପରିକ୍ଷିତ ଷଡ଼ଙ୍ଗୀଙ୍କ ଝିଅ ସପ୍ନାଳୟା ପଣ୍ଡା ବୈଦିକ ରୀତିନୀତିରେ ବିବାହ କରିଥିଲେ। ବରପକ୍ଷଙ୍କ ଦାବି ଅନୁଯାୟୀ ଝିଅ ଘର ପକ୍ଷରୁ ଯୌତୁକ ଦିଆଯାଇଥିଲା। ବିବାହର ପାଖାପାଖି ଦେଢ଼ ବର୍ଷ ସପ୍ନାଳୟାଙ୍କ ସଂସାର ହସଖୁସିରେ ଚାଲୁଥିଲା। ହେଲେ ଦେଢ଼ ବର୍ଷ ଠାରୁ ସପ୍ନାଳୟାଙ୍କ ମୃତ୍ୟୁ ପର୍ୟ୍ୟନ୍ତ ତାଙ୍କୁ ଦେଢଶୁର ପ୍ରମୋଦ ପଣ୍ଡା, ସ୍ଵାମୀ ପ୍ରଦ୍ୟୁମ୍ନ ପଣ୍ଡା ଓ ତାଙ୍କ ପରିବାରର ସଦସ୍ୟମାନେ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଉଥିଲେ। ସୋମବାର ପରିବାର ସଦସ୍ୟଙ୍କ ସହ ପ୍ରମୋଦ ପଣ୍ଡା ଓ ସ୍ଵାମୀ ପ୍ରଦ୍ୟୁମ୍ନ ପଣ୍ଡା ମିଶି ସପ୍ନାଳୟାଙ୍କୁ ତକିଆ ପକାଇ ମାରିଦେଇଥିବା ସପ୍ନାଳୟାଙ୍କ ଭାଇ ସନ୍ତୋଷ ଷଡ଼ଙ୍ଗୀ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୧୬୮/୨୦୨୨ ରେ ମାମଲା ରୁଜୁ କରି ୪୯୮(କ),୩୦୨,୨୯୪,୫୦୬ ଓ ୩୪ ଆଇପିସି ଧାରା ଲଗାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଥାନାରେ ଅଟକ ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!