Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ରାଇଭର କୁ ଫସାଇଲା ମାଲିକ

by ସଞ୍ଜୟ ସ୍ୱାଇଁ
October 3, 2022
in Crime, State
ଡ୍ରାଇଭର କୁ ଫସାଇଲା ମାଲିକ
19
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ମାଲିକର ବିଶ୍ୱାସରେ ବିଷ ଦେଲା ୪୨୦ ଡ୍ରାଇଭର। ଗାଡ଼ି ଡକାୟତି କରିବାର ନିଜେ ରଚିଥିଲା ମିଛ ଯୋଜନା। ଏକ ପିକ୍ ଅପ୍ ଭ୍ୟାନ୍ ଚୋରି ମାମଲାର ତଦନ୍ତ କରି ଖଲ୍ଲିକୋଟ ପୁଲିସ ଏଭଳି ସତ୍ୟାସତ୍ୟ ପାଇଥିବା ଆଜି ପ୍ରକାଶ କରିଛି। ଜଣେ ବିହାରୀ ବ୍ୟକ୍ତି ଚନ୍ଦନ କୁମାରଙ୍କ ଭ୍ୟାନ୍ ଚଳାଉଥିଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମଣିଦେଇ ପେଣ୍ଠ ଗ୍ରାମର କାହ୍ନୁ କୁମାର ଚୌଧୁରୀ। ସମ୍ପୃକ୍ତ ଗାଡ଼ି ମାଲିକ ଭୁବନେଶ୍ୱରରେ ରୁହନ୍ତି। ଗତ ମାସ ୨୮ ତାରିଖରେ କୌଣସି ଏକ ଭଡାରେ ଗାଡ଼ି ନେଇ ବ୍ରହ୍ମପୁର ଆସିଥିଲେ ଡ୍ରାଇଭର କାହ୍ନୁ। ସେ ବ୍ରହ୍ମପୁରରୁ ଭଡା ଟଙ୍କା ଧରି ୨୯ ତାରିଖରେ ପାଟପୁର ଥାନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲି ଯାଇଥିଲେ। ତେବେ ଏହା ପରଦିନ ସକାଳେ ନିଜ ମାଲିକଙ୍କୁ ଗାଡ଼ି ଡକାୟତମାନେ ଛଡ଼ାଇ ନେଇଥିବା ସେ ସୂଚିତ କାରିଥିଲେ। ଯେଉଁ ସମୟରେ ସେ ଉଲ୍ଲେଖ କରିଥିଲେ, ସେ ଭ୍ୟାନ ଧରି ଭୁବନେଶ୍ୱରକୁ ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟିରେ କିଛି ଅଜଣା ଦୁର୍ବୁତ୍ତ ଗାଡ଼ିକୁ ଅଟକାଇଥିଲେ। ତାଙ୍କୁ ମାଡ଼ ମାରି ଆହତ କରିବା ପରେ ପିକ ଅପ ଭ୍ୟାନ୍‌କୁ ଛଡାଇ ନେଇ ବ୍ରହ୍ମପୁର ଆଡେ ପଳେଇ ଯାଇଥିଲେ। ତାଙ୍କ ମୋବାଇଲ ଫୋନ ଓ ଡିଏଲକୁ ମଧ୍ୟ ଦୁର୍ବୃତ୍ତମାନେ ଛଡ଼ାଇ ନେଇ ପଳାଇ ଥିବା ଫୋନ୍ ଯୋଗେ କହିଥିଲେ। ଏନେଇ ଜାଣିବା ପରେ ଗାଡ଼ି ମାଲିକ ୧ ତାରିଖ ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଡ୍ରାଇଭର କାହ୍ନୁକୁ ସନ୍ଦେହରେ ପଚରାଉଚରା କରିଥିଲା। ଏହି ସମୟରେ ସେ ପୁଲିସ ଆଗରେ ସବୁ ସତ ମାନି ଯାଇଥିଲେ। ନିଜେ ହିଁ ପିକ୍‌ଅପ୍ ଡକାୟତି ଯୋଜନା କରି ଗାଡ଼ି ଲୁଚାଇ ରଖିଥିବା ପ୍ରକାଶ କରିଥିଲେ। ଗାଡ଼ି ମାଲିକ ହେବା ଲୋଭରେ ସେ ଏଭଳି କାଣ୍ଡ ଭିଆଇ ଥିଲେ। ପରେ ସେ ନାରାୟଣୀ ଜଙ୍ଗଲରେ ଲୁଚାଇ ରଖିଥିବା ପିକପ ଗାଡ଼ିକୁ ପୁଲିସକୁ ଦେଖାଇଥିଲେ। ପୁଲିସ ଗାଡ଼ିକୁ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କରିଛି। ସେପଟେ ଡ୍ରାଇଭର କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଆଜି ଖଲ୍ଲିକୋଟ ଥାନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!