Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପେଟ ଅସଲି ଖାକୀ ନକଲି

by ସଞ୍ଜୟ ସ୍ୱାଇଁ
October 3, 2022
in Crime, NATIONAL NEWS
ପେଟ ଅସଲି ଖାକୀ ନକଲି
19
VIEWS
Share on FacebookShare on Twitter

ଲକ୍ଷ୍ନୌ, (ବାଘୁଆବାର୍ତ୍ତା): ପେଟ ଅସଲି କିନ୍ତୁ ଖାକୀ ନକଲି । ପୋଲିସ ବାବୁଙ୍କ ଓଜନ ୧୮୦ କେଜି । ଜାତୀୟ ରାଜପଥରେ ଆଦାୟ କରନ୍ତି ଚାନ୍ଦା । ପରିଚୟ ଦିଅନ୍ତି ଥାନା ଅଧିକାରୀ । ନିଅନ୍ତି ବଡ଼ ଆକାରର ଫାଇନ୍ । ଉତ୍ତରପ୍ରଦେଶର ଟୁଣ୍ଡଲା ଥାନା ଅଧିକାରୀ ନାମରେ ନକଲି ପୋଲିସ ଅଧିକାରୀ । ଦେହରେ ନକଲି ଖାକୀ ପିନ୍ଧି, ଅସଲି ପଇସା ହାସଲ କରନ୍ତି । ଏଭଳି କଳା କାରନାମା ଧାରୀ ନକଲି ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଅସଲ ପୋଲିସ ପ୍ରସ୍ତୁତ କରିଥିଲା ପ୍ଲାନ । ରବିବାର ରଙ୍ଗେହାତ ମାଡ଼ି ବସିଥିଲା ପୋଲିସ । ଗିରଫ କରି ଜେଲ ପଠାଇଛି ଏହି ୧୮୦ କେଜିଆ ଫେକ ପୋଲିସ ବାବୁଙ୍କୁ । ହରମୋହନ ସିଂ ନାମରେ ଯୁବକ ପ୍ରତିଦିନ ଖାକୀ ବର୍ଦ୍ଦି ପିନ୍ଧିବା ସହ ସ୍ତାନୀୟ ଥାନାର ଇନସ୍ପେକ୍ଟର ପରିଚୟ ଦେଇ ଆସନ୍ତି । ଜାତୀୟ ରାଜପଥରେ ଠିଆ ହୋଇ ବଡ଼ ବଡ଼ ଗାଡି ଗୁଡ଼ିକୁ ଅଟକାଇ ଥାଆନ୍ତି । ଏମିତିକି ସେମାନଙ୍କୁ ଡରାଇ ଧମକାଇ ବଡ଼ ଆକାରରେ ଟଙ୍କା ଆଦାୟ କରିଥାନ୍ତି । ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ବାବୁଙ୍କ ଭିଡ଼ିଓ । ଯେଉଁଥିରେ ନକଲି ପୋଲିସ ବର୍ଦ୍ଦି ପିନ୍ଧି ଅଭିଯୁକ୍ତ କହୁଛି, ମୋ ନା ମୁକେଶ ଯାଦବ ଘର ଗାଜିଆବାଦ । ଠକାମୀ କରିବା ପଛର ଉଦେଶ୍ୟ ଟୋଲ ଫିରୁ ବଞ୍ଚିତ ରହିବା ବୋଲି ଉଲ୍ଲେଖ କରୁଛି ଯୁବକ ଜଣଙ୍କ । ଯେତେବେଳେ ଉକ୍ତ ଯୁବକ ବିଷୟରେ ଟୁଣ୍ଡଲା ପୋଲିସ ପାଖରେ ସୂଚନା ପହଁଚିଥିଲା , ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ରବିବାର ଗିରଫ କରିବା ସହ ଜେଲ୍ ପଠାଇଛି ପୋଲିସ । ପୋଲିସର କହିବା ମୁତାବକ ଗିରଫ ହୋଇଥିବା ଯୁବକର ଓଜନ ୧୮୦ କେଜି । ଗାଜିଆବାଦରେ ରହୁଥିବା ରାମକିଶାନ ଯାଦବଙ୍କ ପୁଅ ମୁକେଶ ଯାଦବ । ଅଭିଯୁକ୍ତ ପାଖରେ ଦୁଇଟି ଆଧାର କାର୍ଡ ରହିଥିବାବେଳେ, ୨ଟି ପ୍ୟାନ କାର୍ଡ , ପୋଲିସ ବର୍ଦ୍ଦି, ଫେକ୍ ଆଇ କାର୍ଡ , ଏଟିଏମ କାର୍ଡ ରହିଛି । ଏକ କାରରେ ପୋଲିସ ଅଧିକାରୀଙ୍କ ଫେକ୍ ଷ୍ଟିକର ଲଗାଇ ଆଦାୟ କରନ୍ତି ଅର୍ଥ । ପୋଲିସ କହିବା ମୁତାବକ ଅଭିଯୁକ୍ତ ସହ ଅନ୍ୟମାନେ ମଧ୍ୟ ସଂଶ୍ଲିଷ୍ଟ ରହିଛନ୍ତି । ପଚରାଉଚରା ପରେ ସତ ସାମ୍ନାକୁ ଆସିବ । ଏବଂ ସାଥି ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ କରାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!