ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ସହରରେ ପୁଣି ଧରାପଡ଼ିଲେ ନକଲି ବିଦେଶୀ ମଦ ପ୍ରସ୍ତୁତ ୟୁନିଟ। ଆସିକା ରୋଡରେ ଏକ ଘରେ ଚଢ଼ାଉ କରି ୧୮ ଲିଟର ନକଲି ବିଦେଶୀ ମଦ ଜବତ କରିଛି ବଡବଜାର ଥାନା ପୁଲିସ। ଚଢାଉ ବେଳେ ମଦ ପ୍ରସ୍ତୁତି ସାମଗ୍ରୀ, ଲେବଲା ବୋତଲ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ସହରରେ ପୂର୍ବରୁ ଏଭଳି ବିଭିନ୍ନ ଅଞ୍ଚଳରୁ ଚୋରି ମଦ ଜବତ ହୋଇଥିଲା। ଆଗକୁ ଦଶହରା ଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ବିଦେଶୀ ମଦ ପ୍ରସ୍ତୁତି କରି ବିକ୍ରି କରୁଛନ୍ତି। ଏମାନଙ୍କ ପ୍ରତି ନଜର ନରହିଲେ ଆଗକୁ ୨୦୧୨ ଭଳି ମଦ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି।





