ବ୍ରହ୍ମପୁର, (ବାଘୁଆବାର୍ତ୍ତା): କାର୍ରୁ ବିପୁଳ ପରିମାଣରେ ସୁନା ଜବତ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ସହ ତିନି ଜଣଙ୍କୁ ପୋଲିସ ଅଟକ ରଖିଛି। ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଏକ୍ କାର ଆସୁଥିଲା । ଏଥିରେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ରହିଥିଲା । ଜିଏସ୍ଟି ଫାଙ୍କି ଗାଡିରେ ଆସୁଥିବାର ସୂଚନା ପାଇ ଗୋଳନ୍ଥରା ପୋଲିସ ଚଢାଉ କରିଥିଲା। ଅଧାରାସ୍ତାରେ ଗାଡି ଅଟକାଇ ଯାଞ୍ଚ୍ କରିବା ବେଳେ ପୋଲିସକୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଏହିପରି ଭାବେ ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ ଓ ଅବକାରୀ ଗୁଇନ୍ଦା ବିଭାଗ ।





