Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
October 2, 2022
in Crime, State
କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
29
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଜଣଙ୍କୁ ମାଡ଼ିବସିଲା ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରିଥିବା ବେଳେ ଶଗର ଗ୍ରାମ ନିକଟରେ ଏକ କାରକୁ ଅଟକାଇଥିଲେ। ଗାଡିଟିକୁ ଯାଞ୍ଚ୍ କରିବାରୁ ଡିକିରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିଲା। ଗାଡିରୁ ୧ କୁଇଁଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ବେଳେ ଏହାର ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଅଭିଯୁକ୍ତମାନେ ପାଡୁଆ ଥାନା ଅନ୍ତର୍ଗତ ଖୁଡୁବ ଗ୍ରାମର ଗୌରାଙ୍ଗ ପାଙ୍ଗି, ଗୋଡିପୁଟ ଗ୍ରାମର ସୋମନାଥ ପ୍ରଧାନି ଏବଂ ଆନ୍ଧ୍ର ପ୍ରଦେଶର ଲକ୍ଷ୍ମଣ ରାଓ ଗୁଞ୍ଜିଆ ବୋଲି ଜଣା ପଡିଛି । ଗିରଫ ହୋଇଥିବା ମାଫିଆମାନେ ସ୍ଥାନୀୟ ଅଞ୍ଚଳର ବୋଲି ନନ୍ଦପୁର SDPO କହିଛନ୍ତି । ଏମାନେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରି ଆସୁଛନ୍ତି। ଏଥିରେ ଆନ୍ଧ୍ର ମାଫିଆଙ୍କ ସଂପୃକ୍ତ ଅଛି ଏବଂ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି SDPO କହିଛନ୍ତି । ପ୍ରକାଶ ଥାଉକି, ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ୨୨ ଟି ଗଞ୍ଜେଇ ଚୋରା ଚାଲଣ ମାମଲା ରୁଜୁ କରିଥିବା ବେଳେ ୪୩ ଜଣଙ୍କୁ ଗିରଫ କରିଛି ଏବଂ ୧୧ ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି । ଚୋରା ଚାଲଣରେ ବ୍ୟବହୃତ ହୋଇଥିବା ୧୭ଟି ଗାଡ଼ି ମଧ୍ୟ ଜବତ କରିଛି ମାଛକୁଣ୍ଡ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!