ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ସହକାରୀ ଦୌରା ଜର୍ଜ ତଥା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ଆଜି ଆସାମୀ ମନୋଜ କୁମାର ପ୍ରଧାନ, ବୟସ-୩୩ ବର୍ଷ, ପି-ଦୁଃଶାସନ ଓରଫ ନୁଲ୍ହା ପ୍ରଧାନ, ସା-ମେଳାମ୍ବ, ଥା-ଇଟାମାଟି, ଜି-ନୟାଗଡ଼ ଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ୩୦୭ ଦଫା ଅନୁଯାୟୀ ୭ ବର୍ଷ ଦଣ୍ଡାଦେଶ, ଜୋରିମନା ୨୦୦୦ ଟଙ୍କା ଓ ଅନାଦେୟ ୩ ମାସ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଗତ ୧୦.୧୦.୨୦୦୯ ରିଖରେ ଏତେଲାକାରୀ ରବିନାରାୟଣ ସାହୁ ତାଙ୍କ ନିଜ ଗ୍ରାମ ବାଲୁଗାଁ ପୋଖରୀରେ ଗାଧୋଇବା ପାଇଁ ଦାନ୍ତ ଘଷିବା ସମୟରେ ଆସାମୀ ବନ୍ଧୁକରେ ତାଙ୍କ ଗୋଡ଼କୁ ଗୁଳିକରି ଥିଲା । ତାଙ୍କର ଏତେଲାକୁ ଭିତି କରି ନୟାଗଡ଼ ସଦର ଥାନା କେଶ ନଂ ୪୨/୨୦୦୯ ରେ ୮ ଜଣ ସାକ୍ଷ୍ୟଙ୍କର ବୟାନକୁ ଭିତି କରି ଓ ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଳଙ୍କ ଯୁକ୍ତିକୁ ଜର୍ତମା କରି ମାନ୍ୟବର ସହକାରୀ ଦୌରା ଜର୍ଜ ତଥା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ପ୍ରଜ୍ଞା ପରମିତା ମହାପାତ୍ର ଏହି ରାୟ ଶୁଣାଇଛନ୍ତି ।





