ଧରାକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାଂସିବିଲି ଗ୍ରାମରେ ଅଭାବନୀୟ ଘଟଣା। ବାପା ଓ ପୁଅ ମଧ୍ୟରେ କଳିର କରୁଣ ପରିଣତି ସ୍ବରୂପ ପୁଅ ଅନ୍ତର୍ୟ୍ୟାମୀ ସାହୁର ମାଡ଼ରେ ବାପା ପ୍ରଭାକର ସାହୁ (୭୨)ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅନ୍ତର୍ୟ୍ୟାମୀ ସାହୁ ଓ ପ୍ରଭାକର ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷିପ୍ତ ହୋଇ ବାପାକୁ ଜୋରରେ ମାଡ଼ ମାରିବା ଫଳରେ ପ୍ରଭାକର ତଳେ ପଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା ଧରାକୋଟ ଥାନା ଆଇଆଇସି ମମତା ସାମନ୍ତରା କହିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଆଇଆଇସି କହିଛନ୍ତି।





