ଜାମଗାଁ, (ବାଘୁଆବାର୍ତ୍ତା): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନକତୋରା ଜିଆରଏସ । ଆବାସ ଗୃହର ବିଲ କରେଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ ମନୋଜ ସାହୁ। ଏପରି ଘଟଣା ଘଟିଛି ଲଖନପୁର ବ୍ଲକ ଅନ୍ତର୍ଗତ ସୀମାନ୍ତ କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁରେ। ଏହି ଗ୍ରାମର ସୁବାଷ ପଧାନଙ୍କ ଠାରୁ ଆବାସ ଗୃହର ବିଲ କରେଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ । ହେଲେ ସୁବାଷ ୧୫ ହଜାର ଟଙ୍କା ଦେବାପାଇଁ ଅସମର୍ଥ ପ୍ରକାଶ କରିବାରୁ ଜିଆରଏସ ମନୋଜ ସାହୁ ୧୪ ହଜାର ଟଙ୍କା ଦେବାକୁ କହିଥିଲେ । ଏ ସମ୍ପର୍କରେ ସୁବାଷ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଏହାପରେ ଯୋଜନା ମୁତାବକ ଆଜି ଦିନ ପ୍ରାୟ ଗୋଟାଏ ବେଳେ ୧୪ ହଜାର ଟଙ୍କା ନେଉଥିବା ବେଳେ ଜିଆରଏସ ମନୋଜ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି ।





