Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତରୁ ମିଳିଲା ଛାତ୍ରଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
September 30, 2022
in Crime, State
ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ
48
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ପରୀକ୍ଷା ସରିବା ପରେ ମନ ଖୁସିରେ ଘରକୁ ଫେରିଥିଲେ। କିଛି ସମୟ ପରେ ଛାତ ଉପରକୁ ଯାଇଥିଲେ ଛାତ୍ର। ଏହାପରେ ତଳକୁ ନ ଆସିବାରୁ ପରିବାର ଲୋକେ ଛାତକୁ ଯାଇ ପିଲାଟି ଗୁରୁତର ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଲେ। ତୁରନ୍ତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ଏପରି ଅସ୍ୱାଭାବିକ ଘଟଣା ରାୟଗଡ଼ା ଜିଲ୍ଲା ଜୟପୁରରେ ଘଟିଛି। ମୃତକ ହେଲେ ଜୟପୁର ପାରାବେଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସପ୍ତମ ଶ୍ରେଣୀର ଛାତ୍ର ଶିବାଶିଷ ନାୟକ । ଗତକାଲି ଷାଣ୍ମାସିକ ପରୀକ୍ଷାର ଶେଷ ଦିନ ଥିବାରୁ ଶିବାଶିଷ ପରୀକ୍ଷା ଦେଖି ଘରକୁ ଫେରିଥିଲେ। ଏହାପରେ ସେ ଛାତ ଉପରକୁ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କ ମା’ ଓ ଭଉଣୀ ଛାତକୁ ଯାଇ ଶିବାଶିଷ ସେଠାରେ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କ ପାଟି ଓ ମୁହଁରୁ ଲାଳ ବାହାରୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଜୟପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶିବାଶିଷଙ୍କ ବାପା ଗଦାଧର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେଲା ପଶ୍ରବେଡାଠାରେ ଥିବା ଦଶହରା ପଡ଼ିଆରେ ରହୁଥିବା କିଛି ଅସାମାଜିକ ଲୋକ ତାଙ୍କ ନାବାଳକ ପୁଅକୁ ହଜାରେ ଟଙ୍କା ମାଗୁଥିଲେ। ଏପରିକି ଘରେ କାହାକୁ କହିଲେ ବା ପୁଲିସ୍‌କୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏପରିକି ପୁଅ ଡରିଯାଇ ଗତକାଲି ପକେଟରୁ ହଜାରେ ଟଙ୍କା ଚୋରି କରି ନେଇଥିଲା ବୋଲି କହିଛନ୍ତି ଶିବାଶିଷ । ତେବେ କେଉଁ ପରିସ୍ଥିତିରେ ପିଲାଟିର ମୃତ୍ୟୁ ହେଲା ସେକଥା ଜଣାପଡ଼ୁନି । ଖବର ପାଇବା ପରେ ଟାଉନ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି । ଏପଟେ ଖବରପାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୋକପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!